Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRABHAS KUMAR MOHAPATRA

Inspirational

3  

PRABHAS KUMAR MOHAPATRA

Inspirational

ଯୁବ ଆଦର୍ଶ

ଯୁବ ଆଦର୍ଶ

1 min
223



ତୁମେ ଯୁବ ଶକ୍ତି ଙ୍କ ଆଦର୍ଶ

ଯେ ଚିର ଯୁବ ପୁରୁଷ

ତୁମେ ଶାନ୍ତ ରୂପ ଜ୍ଞାନ ର ସ୍ୱରୂପ

ତୁମେ ତ ଯୁଗ ପୁରୁଷ l


ତୁମେ ଜ୍ଞାନୀ ତଥାପି ଜ୍ଞାନର ସନ୍ଧାନୀ

ତୁମେ ଭିକ୍ଷୁ କିନ୍ତୁ ଦାନି

ତୁମେ ଯାଯାବର ସୁତ ଭାରତର

ଭ୍ରମ ଶାନ୍ତି ବାର୍ତ୍ତା ଘେନି l


ସ୍ନେହ ପ୍ରେମ ପ୍ରୀତି ବାଣ୍ଟିଣ ସଭିଙ୍କି

ଯାତ୍ରା ଶାନ୍ତି ସଦଭାବନା

ଜାତି ଧର୍ମ ଭେଦ ରଙ୍ଗ ବର୍ଣ୍ଣ ଭେଦ

ଉଡ଼ାଅ ମାନବ ବାନା l


ଯୋଡ ଯୋଡ ତୁମେ ଭାରତକୁ ଯୋଡ

ତୋଡ ତୁମେ ଜାତି ଭେଦ

ଜୟ ହେଉ ସାରା ଜଗତ ଯାକର

ନ ହେଉ ଯେ ମତ ଭେଦ l


Rate this content
Log in

Similar oriya poem from Inspirational