STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

କିଛି ମାଗୁ ନାହିଁ ଧନରେ

କିଛି ମାଗୁ ନାହିଁ ଧନରେ

1 min
216

ଧନ ରତନ ମୁଁ ମାଗୁ ନାହିଁ କିଛି

  ମାଗୁ ନାହିଁ ସୁଖ ଶିରୀ ରେ

ଜୀବ ଯିବାବେଳେ ତୋର ନାମାବଳୀ

  ଥିବ ଖାଲି ମୋର ତୁଣ୍ଡ ରେ।

   କିଛି ମାଗୁ ନାହିଁ ଧନ ରେ

ଯେତେ ଦୁଃଖ ପଛେ ଦେ ଧନ ମାଳି

  କହିବିନି କାହା ଆଗରେ

ମନ କୋହ ମୋର ମନରେ ମାରି ମୁଁ

  ସହିବି ତୋ ନାମ ନେଇ ରେ

ତୋ କଳା ବଦନ ତୋ ରଙ୍ଗ ଅଧର

 ଦେଖି ସବୁ ଯିବି ଭୁଲିରେ।

  କିଛି ମାଗୁ ନାହିଁ ଧନ ରେ

ନାହିଁ ମୋର ଧନ କି ଦେଇ ପୂଜିବି

  ସହଜେ ଅଧମ ହୀନ ରେ

ଯାଇ ପାରୁ ନାହିଁ ପାଖ କୁ ତୋହର

 ରହିଛି ମୁଁ ବହୁ ଦୂରରେ

ଏତିକି ଗୁହାରୀ ଆହେ ଭାବଗ୍ରାହୀ

  ଶେଷ ବେଳେ ଥିବ ସାଥିରେ।

  କିଛି ମାଗୁ ନାହିଁ ଧନ ରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational