STORYMIRROR

banaja nandini mishra

Inspirational

3  

banaja nandini mishra

Inspirational

ବନ୍ଧୁ

ବନ୍ଧୁ

1 min
194


ବନ୍ଧୁତା ଏମିତି ଏକ ସମ୍ପର୍କ 

ଯାହା କେବେ ଶେଷ ହୁଏନାହିଁ

ସେ କେବେ କୁହେ ନାହିଁ

ମୋର ତୋ ପାଇଁ ସମୟ ଯେ କାହିଁ

ଶରୀରରେ ଜୀବନ ଥିବା ଯାଏଁ

କେବେ ପାଖ ଛାଡେ ନାହିଁ

ହାତ ଭିଡି ଧରିଥାଇ

ମନରେ ଆଶ୍ୱାସନା ଭରସା ଭରିଦେଇ

କହୁଥାଏ ଆଗେଇ ଚାଲ

କେବେ ଡରି ଯିବୁନାହିଁ

କେବେ ହାରି ଯିବୁ ନାହିଁ

ଆଜି ସେ ସମ୍ପର୍କ ମୁଖା ତଳେ ରହି

ଚମତ୍କାର ଅଭିନୟ କରୁଥାଇ

ଉପରକୁ ଯାଏ ପିଠି ପରେ ପାଦ ଥୋଇ

ଅହଂକାର ଧନ ଆଗେ ବଳି ପଡୁଥାଇ

ସ୍ୱାର୍ଥ ସରିଗଲେ ଯାଉଛି ଦୁରେଇ

ବିପଦ ପଡିଲେ ପାଖ ମାଡୁନାହିଁ

ଲୋଡ଼ା ନାହିଁ କିଛି ଲୋଡ଼ା ନାହିଁ

କାହା ପଛେ ଗୋଡ଼ାଇବା କାଇଁ

ମନ କଥା ଏକା ଯିଏ ବୁଝୁଥାଇ

ନ ମାଗିଲେ ବି ଯାଚି ଦେଉଥାଇ

ସୁଖେଦୁଃଖେ ସବୁବେଳେ ସାହା ହୁଏ ସେହି

ନିଏ ଯେ କୋଳେଇ

ତାଙ୍କ ବନ୍ଧୁତ୍ୱରେ ଛନ୍ଦକପଟ ହିଁ ନାହିଁ 

ସିଏ ଆଉ କେହି ନୁହେଁ

ଶ୍ରୀଜଗନ୍ନାଥ ଜଗତ ଗୋସାଇଁ

ତାଙ୍କ ପାଖେ ଦୁଇ ହାତ ଟେକି ଦେଇ

ତୁମ ଇଛା ପୂର୍ଣ୍ଣ ହେଉ କହିଦେଇ

କର୍ମ କରୁଥିଲେ ଫଳ ଅବଶ୍ୟ ମିଳଇ

ଭକ୍ତବନ୍ଧୁ ଦୀନବନ୍ଧୁ ଜଗବନ୍ଧୁ କୃପାସିନ୍ଧୁ

ବନ୍ଧୁ ପରି ବନ୍ଧୁଟିଏ ସେହି

ଦୟାମୟ ପ୍ରଭୂ ଭାବଗ୍ରାହୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational