ବନ୍ଧୁ
ବନ୍ଧୁ
ବନ୍ଧୁତା ଏମିତି ଏକ ସମ୍ପର୍କ
ଯାହା କେବେ ଶେଷ ହୁଏନାହିଁ
ସେ କେବେ କୁହେ ନାହିଁ
ମୋର ତୋ ପାଇଁ ସମୟ ଯେ କାହିଁ
ଶରୀରରେ ଜୀବନ ଥିବା ଯାଏଁ
କେବେ ପାଖ ଛାଡେ ନାହିଁ
ହାତ ଭିଡି ଧରିଥାଇ
ମନରେ ଆଶ୍ୱାସନା ଭରସା ଭରିଦେଇ
କହୁଥାଏ ଆଗେଇ ଚାଲ
କେବେ ଡରି ଯିବୁନାହିଁ
କେବେ ହାରି ଯିବୁ ନାହିଁ
ଆଜି ସେ ସମ୍ପର୍କ ମୁଖା ତଳେ ରହି
ଚମତ୍କାର ଅଭିନୟ କରୁଥାଇ
ଉପରକୁ ଯାଏ ପିଠି ପରେ ପାଦ ଥୋଇ
ଅହଂକାର ଧନ ଆଗେ ବଳି ପଡୁଥାଇ
ସ୍ୱାର୍ଥ ସରିଗଲେ ଯାଉଛି ଦୁରେଇ
ବିପଦ ପଡିଲେ ପାଖ ମାଡୁନାହିଁ
ଲୋଡ଼ା ନାହିଁ କିଛି ଲୋଡ଼ା ନାହିଁ
କାହା ପଛେ ଗୋଡ଼ାଇବା କାଇଁ
ମନ କଥା ଏକା ଯିଏ ବୁଝୁଥାଇ
ନ ମାଗିଲେ ବି ଯାଚି ଦେଉଥାଇ
ସୁଖେଦୁଃଖେ ସବୁବେଳେ ସାହା ହୁଏ ସେହି
ନିଏ ଯେ କୋଳେଇ
ତାଙ୍କ ବନ୍ଧୁତ୍ୱରେ ଛନ୍ଦକପଟ ହିଁ ନାହିଁ
ସିଏ ଆଉ କେହି ନୁହେଁ
ଶ୍ରୀଜଗନ୍ନାଥ ଜଗତ ଗୋସାଇଁ
ତାଙ୍କ ପାଖେ ଦୁଇ ହାତ ଟେକି ଦେଇ
ତୁମ ଇଛା ପୂର୍ଣ୍ଣ ହେଉ କହିଦେଇ
କର୍ମ କରୁଥିଲେ ଫଳ ଅବଶ୍ୟ ମିଳଇ
ଭକ୍ତବନ୍ଧୁ ଦୀନବନ୍ଧୁ ଜଗବନ୍ଧୁ କୃପାସିନ୍ଧୁ
ବନ୍ଧୁ ପରି ବନ୍ଧୁଟିଏ ସେହି
ଦୟାମୟ ପ୍ରଭୂ ଭାବଗ୍ରାହୀ ।
