STORYMIRROR

banaja nandini mishra

Inspirational

3  

banaja nandini mishra

Inspirational

ଜୀବନ ହେଉ ହରଷ

ଜୀବନ ହେଉ ହରଷ

1 min
195


ନାରୀ ହିଁ ବିକାଶ ନାରୀ ହିଁ ପ୍ରକାଶ

ନାରୀ ଜଳ ସ୍ଥଳ ଆକାଶ.

ନାରୀ ସମାଜର ବିଶ୍ୱାସ ଭରସା

ନାରୀ ହିଁ ସବୁରି ନିଃଶ୍ୱାସ ।


ପ୍ରକୃତି ପୁରୁଷ ପବିତ୍ର ମିଳନେ

ସୃଷ୍ଟି ହୋଇଛି ସଂସାର.

ପ୍ରକୃତିର ଆଜି ପ୍ରକୃତି ଖରାପ

ପାଉଅଛି ତିରସ୍କାର ।


ନାରୀ ଅନ୍ୟ ନାମ ପ୍ରକୃତି ଅଟଇ

କରେ ନାମ ଅପବିତ୍ର.

ପ୍ରତିଷ୍ଠା ପଇସା ପାଇଁ ସେ ପାଗଳ

ନିନ୍ଦିତ ଆଜି ସର୍ବତ୍ର ।


ଯାହା ହାତେ ସୃଷ୍ଟି ରଚନା ପାଳନ

ଯା'ହାତେ ପୁଣି ସଂହାର.

ସେ ଆଜି ଚାଲୁଛି ବିନାଶ ପଥରେ

ଦିଶୁଅଛି ପରିଷ୍କାର ।


ପ୍ରକୃତି ପୁରୁଷ ସଂସାର ସର୍ବସ୍ବ

ଏହା ଏକମାତ୍ର ସତ୍ୟ.

ତାର ବ୍ୟବହାର ଗୁଣ ଅଟଇ ପ୍ରଧାନ

ସର୍ବୋତ୍ତମ ତା ଚରିତ୍ର ।


ହେଲେ ତାହା ନଷ୍ଟ ଘଟିବ ଅନିଷ୍ଟ

ସୃଷ୍ଟି ହୋଇଯିବ ଧ୍ବଂସ.

ଏବେ ବି ସମୟ ଅଛି ଆମ ହାତେ

ରୋକିବା ପାଇଁ ଅବଶ୍ୟ ।


ପୁରୁଷ ପାଇଁ ଯେ ପ୍ରକୃତିର ଲୋଡ଼ା

ପ୍ରକୃତି ପାଇଁ ପୁରୁଷ

ଏକ ପତିପତ୍ନୀ ବ୍ରତ ପାଳିଲେ ସଭିଏଁ

ଜୀବନ ହେବ ହରଷ ।



Rate this content
Log in

Similar oriya poem from Inspirational