Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Inspirational

3  

Sukadev Mahanta

Inspirational

ମାର୍କ୍ସବାଦର ମୂଳଭିତ୍ତି

ମାର୍କ୍ସବାଦର ମୂଳଭିତ୍ତି

1 min
163



ଉଠ ହେ କଙ୍କାଳ  ଛିଣ୍ଡାଇ ଶୃଙ୍ଖଳ

  ଜାଗ ସର୍ବହରା ଆଜି

ସାରା ପୃଥିବୀର  ଶ୍ରମିକ ଶ୍ରେଣୀ ହେ

  ଜାଗ୍ରତ ହୁଅ ଆଜି||


ଶୁଣ ସର୍ବହରା   ତୁମରି ପାଖରେ

  ହାରିବାର କିଛି ନାହିଁ

ଶୃଙ୍ଖଳ ବ୍ୟତିତ  ଅନ୍ୟ କିଛି ଚିଜ

  ତୁମରି ପାଖରେ ନାହିଁ ||


ତୁମରି ପାଖରେ  ବିଶ୍ୱବିଜୟର

   ଅପୂର୍ବ ସୁଯୋଗ ଆଜି

ହେ ଶ୍ରମିକ ଶ୍ରେଣୀ  ଏକଜୁଟ ହୁଅ

  ଅଗ୍ରଣୀ ସୈନିକ ସାଜି ||


ସାମ୍ୟବାଦର ଏ   ସୁମହତ ବାଣୀ

   ପୂଜ୍ୟ କାର୍ଲମାର୍କ୍ସଙ୍କର

ତେଇଶ ପୃଷ୍ଠାର   ପ୍ରଚାର ପତ୍ରଟି

  ମାନିଫେଷ୍ଟୋ କମ୍ୟୁନିଷ୍ଟର ||


ଆଜିର ଦିବସେ   ସର୍ବହରା ପାଇଁ

  ସଂଗ୍ରାମର ବାର୍ତ୍ତା ଦେଇ

ମାର୍କ୍ସବାଦ ଭିତ୍ତି  ପ୍ରତିଷ୍ଠା କରିଲେ 

 ଏହି ମାନିଫେଷ୍ଟୋ ଦେଇ ||



Rate this content
Log in