STORYMIRROR

Anjana Naik,Anju..Deogarh

Inspirational

3  

Anjana Naik,Anju..Deogarh

Inspirational

ଖିଆଲ୍ ମନର କଥା

ଖିଆଲ୍ ମନର କଥା

1 min
239


ତାର ମୋର, ଅତୀତ କାହାଣୀ 

ବଖାଣିବି କା ଆଗରେ

ରାତି ବିତିଯିବ ପଲକ ନପଡ଼ି

ବିନା ଜହ୍ନ ଆଲୁଅରେ

ସଜାଇଛି ଆଜି ମୋ ଘର ଦୁଆର

ଫୁଲ ଆଉ ମୁରୁଜରେ

ଆସିବ କାହ୍ନା ମୋ ନୟନ ମୁଖକୁ

ସଞ୍ଜ ନଇଁ ଗଲାପରେ  ।


ହୋଇ ଆନମନା ଯାଇଥିଲା ସୁନା

ସାତ ସମୁଦ୍ରର ପାରେ

ମୋ କଥାକୁ ଝୁରି ପାରିଲାନି ରହି

ଏକାଏକା ବିଦେଶରେ 

ଦିନରେ ମଉଳା ଫୁଲ ମୋ ଜୀବନ

ଅଶାନ୍ତ ଭାରି ରାତିରେ

ନୟନେ ନାଚେ ତା ମୁରତି ନିତି

ଅଧା ଛାଇ ଆଲୁଅରେ ।


ଦେଖିଛି ସପନ, ରଖିଛି ଗୋପନ

ମନ ଋଦ୍ଧ କୋଠରୀରେ

ଉଠି ଅହରହ ମନରେ ମୋ କୋହ

ବାଷ୍ପିଳ ମୋ କଣ୍ଠ ସ୍ବରେ 

ବିତିଥିବା ପ୍ରତି କ୍ଷଣର ହିସାବ 

ବଖାଣିବି ତା ଆଗରେ

ଶୁଣିବ ହରସି ଏକାଗ୍ର ଚି଼ତ୍ତରେ

ଅହୋରାତ୍ର ନିରୋଳାରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational