Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ମଧୁ ଜୟନ୍ତୀ

ମଧୁ ଜୟନ୍ତୀ

1 min
6



କ୍ରମେ ମଧୁ ଅନ୍ତେ ଆସିଲା 

  ଜଗତେ ଗ୍ରୀଷ୍ମ କାଳ l

ସତ୍ୟଭାମା ପୁରେ ଜନ୍ମିଛି 

  ପୁତ୍ର ପଡ଼େ ଚହଳ ll

ଘୋର ଅନ୍ଧକାର ଉତ୍କଳେ 

  ସର୍ଵଦିଗେ ବ୍ୟାପିଛି l

ମଧୁ କୈଟଭାରୀ ଜନ୍ମିଲେ 

  କିବା କାଳଉପେକ୍ଷି ll

ଗ୍ରହବିପ୍ରେ ଡାକି ରାଇଲେ 

   ପିତା ଶ୍ରୀରଘୁନାଥ l

କୋଷ୍ଠି ଗଢ଼ି କୁହ ଏ ପୁତ୍ର 

ମୋର ହେବ କେମନ୍ତ ll

ଜ୍ୟୋତିଷ ବୋଲନ୍ତି ଏ ପୁତ୍ର 

  ଶୁଭ କ୍ଷଣେ ଜନମ l

ନାମ ରଖ ତୁମେ ପୁତ୍ରର 

  ବାବୁ ମଧୁସୂଦନ ll

ପାଠ ପଢ଼ି ଚାଟ ହୋଇବ 

  ଦିନେ ପୁତ୍ର ତୁମ୍ଭର l

କୋଟି ମଧ୍ୟେ ଗୋଟି ହୋଇବ 

  ନିଶ୍ଚେ ସେ ଯଶସ୍କର ll

ଜାତି ନନ୍ଦିଘୋଷେ ସାରଥୀ 

  ହୋଇ ଯଶ ଅର୍ଜିବ l

ମାତୃ ଭୂମି ମାତୃ ଭାଷାର 

  ପାଇଁ ବହୁ ଲଢ଼ିବ ll

ସଂସାର ବିରାଗୀ ହୋଇବ 

  ଧନେ ଲୋଭ ନଥିବ l

ଓଡ଼ିଆଙ୍କ ମଧ୍ୟେ ବଢ଼ିଆ ଉଡ଼େ 

    ସେ ବୋଲାଇବ ll

ବଡ଼ ହେଲା କ୍ରମେ ସେ ପିଲା 

   ବହୁ ପାଠ ପଢ଼ିଲା l

ମଧୁ ବାରିଷ୍ଟର ବୋଲାଇ 

  କଳାଘୋଡ଼ା ଚଢ଼ିଲା ll

ଜାତି ନନ୍ଦିଘୋଷ ଲଗାମ 

  ହାତେ କଷି ଧଇଲା l

ଡାକିଲା ଉଠରେ ଓଡ଼ିଆ 

  ତୁମ୍ଭ ରାତି ପାହିଲା ll

ଶୋଇ ଅଛ କିଆଁ ସୁଖରେ 

   ମାରୁ ଅଛ ଘୁଙ୍ଗୁଡ଼ି l

ମାଆ ବେକେ ତୁମ ପଡ଼ିଛି 

   କ୍ରୁର ଯମ ଦଉଡ଼ି ll

ଗଙ୍ଗାଠାରୁ ଗୋଦାବାରୀ ତୋ 

   ମାତା ଆଜି ଖଣ୍ଡିତ l

ମାତା ଚିନ୍ତା ନାହିଁ ମରମେ 

  ବୋଲାଉଛ ପଣ୍ଡିତ ll

ନୀଳଚକ୍ର ତଳେ ହୋଇବା 

  ଆସ ସର୍ବେ ଏକତ୍ର l

ଜାତି ନନ୍ଦିଘୋଷ ଚାଳିବା 

  ଆହୁତି ଦେବା ସ୍ବାର୍ଥ ll

ମଧୁବାଣୀ ଶୁଣି ମଧୁର ଜାଗି 

    ଉଠି ସରବେ l

ପୁରିଲା ଆକାଶ ପୃଥିବୀ ଜାତି 

    ରାଗିଣୀ ରବେ ll

ଏହି ଥିଲେ ମଧୁସୂଦନ ଆମ 

     ଗର୍ବ ଗୌରବ l

ଓଡ଼ିଆ ପୁଅଟେ ଆଉକେ ତାହା 

     ପରି ହୋଇବ ll

ଧନ୍ୟ ଲୋ ଉତ୍କକ ଜନନୀ 

   ଧନ୍ୟ ମଧୁସୂଦନ l

ପୁତ୍ର ଧରି ଥିଲୁ କୋଳରେ 

  ଜାତି କୁଳ ନନ୍ଦନ ll

ଉତ୍କଳରେ ମହା ପରବ ଆଜି 

     ମଧୁ ଜୟନ୍ତୀ l

ଉତ୍କଳର ସୂର୍ଯ୍ୟ ସୋଉର୍ଯ୍ୟ ଖାଲି 

     ମନେ ପଡ଼ନ୍ତି ll

      


Rate this content
Log in

Similar oriya poem from Inspirational