ସମର୍ପଣ
ସମର୍ପଣ
ଅତନୁ ର ତନୁ ଶ୍ୟାମ ଅପଘନୁ
ଚକ୍ଷ୍ୟୁ ନେବାକୁ ବିଶ୍ରାମ ।
ବିଚଳିତ ପଲକ ନ ହୁଏ କିଞ୍ଚିତ
ପାଏନାହିଁ ତିଳେ ଶ୍ରମ ।
ସୁନ୍ଦର ସେ ପୁରୁଷୋତ୍ତମ
ଦେଖି ନବଯୁବା ସେଇ ଦିବ୍ୟ ଶୋଭା
ହୋଇଯାନ୍ତି ସମ୍ମୋହନ ।
ଭୁଲନ୍ତି ମର୍ଯ୍ୟଦା ସହି ଅପନିନ୍ଦା
ସମର୍ପନ୍ତି ନିଜ ମନ ।
ମେଘାମ୍ବର ତନ କ୍ଷଣପ୍ରଭା ଉତ୍ତରଣ
ସ୍ମିତ ଓଠର ସ୍ପନ୍ଦନ ।
ଆକର୍ଷିତ କରେ ମନ ହୃଦୟକୁ
ହରାଇଣ ସନ୍ତୁଳନ
ଭୁଲି ହିତାହିତ ଜ୍ଞାନ ।
ଅରପି ଦିଅନ୍ତି ନିଜତ୍ବ ଟିକକ
ହୋଇ ପୂର୍ଣ ସମର୍ପଣ ।
ପାପ ଅବା ପୁଣ୍ୟ ଭାବିବାର ପାଇଁ
ନ ଥାଏ କାହାର ଧ୍ୟାନ ।
ଯୋଗି ଆଉ ଗୋପୀ ଦୁହେଁ ଏକା ପରି
ରମନ୍ତି ଦିବ୍ୟ ରମଣ ।
ସେଥିପାଇଁ ଦୁହେଁ ହୃଦ ସିଂହାସନେ
ପାଆନ୍ତି ସ୍ବତନ୍ତ୍ର ସ୍ଥାନ ।
