STORYMIRROR

Partha Sabar

Inspirational

3  

Partha Sabar

Inspirational

ନବ ବରଷ ବୁଣିବ ହରଷ

ନବ ବରଷ ବୁଣିବ ହରଷ

1 min
120


ହେ! ନବ ବରଷ    ତୁମେ ଯେବେ ଆସ

     ଉଲ୍ଲସିତ ହୁଏ ମନ

ପାଖ ଯେବେ ଆସ   ବଢଇ ବିଶ୍ବାସ

   ଜାଗ୍ରତ ହୁଏ ସ୍ପନ୍ଦନ।


ଦିନ ବଦଳିବ    ମାସ ବଦଳିବ

   ବଦଳି ଯିବ ବରଷ

ଦୁଃଖୀ ର ମନରୁ ଦୁଃଖ ଦୂର ହେବ

  ଏତିକି ଅଛି ବିଶ୍ବାସ।


ପାଷାଣ ହ୍ରୁଦୟୁ    ରସ ଝରିପଡୁ

   ନିର୍ଜୀବ ସଜୀବ ହେଉ

ଶୁଷ୍କ ତରୁ ଡାଳେ   ପୁଷ୍ପିତ ହୋଇବ

  ସମାଜ ବଦଳି ଯାଉ।


କଷଣ ଶୋଷଣ   ପୀଡା ଅପମାନ

   ସମାଜରୁ ଲୋପ ହେଉ

ହେ! ନବ ବରଷ   ଦିଅ ହେ! ସାହାସ

     ଦୁର୍ନୀତି ବିଲୀନ ହେଉ।


ଜ୍ଞାନର ପ୍ରଦୀପ   ପ୍ରତି ହ୍ରୁଦେ ଜଳୁ

      ସମାଜୁ ହଟୁ ଅନ୍ଧାର

ମାୟା ମୋହ ରଜ୍ଜୁ   ଛିଣ୍ଡି ଯାଉ ସବୁ

    ଉଚ୍ଚାରି ମନ୍ତ୍ର ମୈତ୍ରୀର।


ତନ୍ନ ତନ୍ନ କରି   ଖଣ୍ଡ ଖଣ୍ଡ କର

   ଶୋଣିତ ଦିଅ ବୁହାଇ

ଦମ୍ଭ ଓ ସାହାସ   ପ୍ରତି ହ୍ରୁଦୟ ରେ

   ଜାଗ୍ରତ ଦିଅ କରାଇ ।


ସବୁଦିନ ହେଉ  ନୂତନ ବରଷ

    ନୂତନ ଚେତନା ନେଇ

ନ ରହୁ ଛଳନା  ମିଥ୍ଯା ଅହମିକା

   ସମୟେ ବିଲୀନ ହୋଇ।


କରୁଛି ସ୍ୱାଗତ   ହେ! ନବ ବରଷ

   ସୁମନ ଚନ୍ଦନ ଦେଇ

ଆସ ପାଦ ଚାପି  କ୍ରୁଷ୍ଣ ଚୁଡା ସାଥେ

     ମୈତ୍ରୀର ଧ୍ୱଜା ଉଡାଇ।




Rate this content
Log in

Similar oriya poem from Inspirational