STORYMIRROR

Bijaya Kumar Swain

Inspirational

4  

Bijaya Kumar Swain

Inspirational

ପୁଣ୍ୟ ଭୂମି ମୋ ଭାରତ

ପୁଣ୍ୟ ଭୂମି ମୋ ଭାରତ

1 min
349


ଭାରତ.... ମୋ ଦେଶ ଭାରତ

ଏମିତି ମୋ ଦେଶ ଜଗତେ ବିରଳ

ମିଛ ନୁହେଁ ମୋର କଥା ଟି ସତ।

  ଭାରତ......

ମୋ ଦେଶ ଭାରତ,,,,,,,,

ମସ୍ତକେ କିରୀଟ ହିମଗିରି ଯାର

ଧୂଅଇ ପୟର ନୀଳ ପାରାବାର

ସାମ୍ୟ ମୈତ୍ରୀ ପ୍ରୀତି ଅହିଂସା ଯା ନୀତି

 ଯା ଗାଥା ବାଣ୍ଟେ ଅମୃତ।

ଭାରତ.....

 ମୋ ଦେଶ ଭାରତ,,,,,,,

ମୋ ଭାରତ ଭୂମି ଅଟେ ମହିୟାନ

ଯାହାର କିରତି ବିଶ୍ୱେ ଗରୀୟାନ

ସୁଜଳା ସୁଫଳା ଶସ୍ୟ ଶ୍ୟାମଳା

ତା ପଦେ ଲୋଟାଏ ମାଥ।

ଭାରତ.....

  ମୋ ଦେଶ ଭାରତ.... ।।


Rate this content
Log in

Similar oriya poem from Inspirational