STORYMIRROR

Nuhen mu Kabi

Inspirational Others

4  

Nuhen mu Kabi

Inspirational Others

ସତରେ କଣ

ସତରେ କଣ

1 min
391

ଅଗଷ୍ଟ ପନ୍ଦରେ ସ୍ଵାଧୀନ ଦିବସ

  ସାରା ଦେଶ ଆଜି ପାଳୁଛି,

ତ୍ରିରଙ୍ଗା ପତାକା ଗଗନେ ଉଡାଇ 

ତଳେ ଥାଇ ହାତ ଯୋଡୁଛି, 

  ସତରେ କଣ ମୋ ଦେଶ ସ୍ୱାଧୀନ ହେଇଛି ।


ମୋ ଦେଶର ଝିଅ ଦିନ ବାରଟା ରେ 

   ଏକା ଯିବା ପାଇଁ ଡରୁଛି,

ମୋ ଦେଶ ର ପୁଅ ବିଦେଶ କୁ ଯାଇ

   ବିଦେଶୀ ଦାଦନ ଖଟୁଛି,

     ସତରେ କଣ ମୋ ଦେଶ ସ୍ୱାଧୀନ ହେଇଛି ।


ମୋ ଦେଶ ର ବୋହୂ ଶାଶୁ ଘରେ ଆଜି

   ଯୌତୁକ ପାଇଁ ଯେ ମରୁଛି,

  କନ୍ୟା ଭୃଣହତ୍ୟା ଖୁଲମଖୁଲା

  ଆଜି ବି ମୋ ଦେଶେ ଚାଲିଛି,

      ସତରେ କଣ ମୋ ଦେଶ ସ୍ୱାଧୀନ ହେଇଛି ।


ଏ ଦେଶ ର ନେତା ଦାମୀ ଗାଡି ଧରି 

  ଦେଶ ବିଦେଶ ରେ ବୁଲୁଛି,

ରୋଗୀ ମଣିଷ କୁ ଆମ୍ବୁଲାନ୍ସ ନାହିଁ

 ଟଲି ମଧ୍ୟେ ମାଆ ଟେ ଯାଉଛି, 

      ସତରେ କଣ ମୋ ଦେଶ ସ୍ୱାଧୀନ ହେଇଛି ।



Rate this content
Log in

Similar oriya poem from Inspirational