STORYMIRROR

Kananbala Das

Inspirational

4  

Kananbala Das

Inspirational

ବାସ୍ତବ ସମ୍ପର୍କ

ବାସ୍ତବ ସମ୍ପର୍କ

1 min
771

ଆବିଳତା ହୀନ ମନର ବନ୍ଧନ

       ବାସ୍ତବ ସମ୍ପର୍କ ଚିହ୍ନ,

ଦିବ୍ୟଭାବନାରେ ବିଶ୍ବାସ ଭରସା

        ମଧୁର ହୁଏ ଜୀବନ.....


ସ୍ବପ୍ନମୟ ପଥେ ପବିତ୍ର ବନ୍ଧନ

      ସ୍ୱାର୍ଥଠାରୁ ରହେଦୁରେ,

ସ୍ତମ୍ଭିଭୁତ ହୁଏ ଏ ସାରାଜଗତ

      ପ୍ରୀତିର ବନ୍ଧନ ଠାରେ.....


ସମ୍ପର୍କ ଅମୃତ ଭାବପରିଭାଷା

       ସୁପ୍ତପ୍ରାଣେ ପ୍ରାଣବନ୍ତ,

ଆଶା ପ୍ରତ୍ୟାଶା ର ଉର୍ଦ୍ଧ୍ବରେ ରହିବ

      ଭିଜା ସମ୍ପର୍କ ଜୀବନ୍ତ.....


ହୃଦୟ ତୁଳୀରେ ଶ୍ରଦ୍ଧାରଙ୍ଗ ଭରି

      ସ୍ନେହର ପରଶ ଦେଇ,

ମନ ଉପବନେ ଆଙ୍କିଥିବା ଛବି

     ରହିବ ଅଭୁଲା ହୋଇ.....


ମୂର୍ଛିତ ଆବେଗ ସାର୍ଥକତା ଖୋଜେ

     ଶବ୍ଦ ମଧୁରତା ଭାଷା,

ଜହ୍ନରୁ ଜୋଛନା ଚନ୍ଦନ ରୁ ବାସ୍ନା

     ଶ୍ରେଷ୍ଠ ଭବ୍ୟ ଅଭିଳାଷା.....


ସୁଶୀତଳ ଜ୍ୟୋତ୍ସ୍ନା ସୁମଧୁର ବାସ୍ନା

        ପ୍ରକୃତିର ପରିଭାଷା

ପ୍ରତିଶୃତି ଧ୍ୱନି  ଜୀବନ ସୃଜନୀ

       ସମ୍ପର୍କର ମୂଳଭାଷା.....


ପ୍ରତ୍ୟାଶା ନଥାଏ ସମ୍ପର୍କ ଭିତରେ

       ସୁଧାମୟ ଗୋପ୍ୟ ଧାରା,

ସମ୍ପର୍କ ମୂଳରେ ବିଶ୍ବାସ ଭରସା

      ଶ୍ରଦ୍ଧା ପଣେ ଭାବଭରା.....


ସ୍ନେହ ମମତାର ଶାଶ୍ୱତ ବନ୍ଧନ

     ମୁଗ୍ଧ ପ୍ରୀତି ଆକର୍ଷଣ,

ଭକ୍ତ ଭଗବାନ ଅତୁଟ ବନ୍ଧନ

     ଅନ୍ତରେ ମଧୁଗୁଞ୍ଜନ.....


ବଇଁଶୀ ଓ ସୁର ଶ୍ରୀକୃଷ୍ଣ ସୁଦାମା

     ବନ୍ଧୁତ୍ୱର ଭାବନିଧି,

ସମ୍ପର୍କ ସେତୁରେ ଜିବାତ୍ମା ଟି ନଦୀ

     ପରମାତ୍ମା ମହୋଦଧି.....


ସମ୍ପର୍କ ର ସୌଧ ସ୍ନେହର କୈବଲ୍ୟ

      ନିର୍ମୋହ ଉତ୍ସର୍ଗୀକୃତ,

ଈଶ୍ୱରୀୟ ସତ୍ତା ଅବଚେତନାରେ

      ସମ୍ପର୍କେ ଅନ୍ତର୍ନିହିତ.....


ତୃଷାରେ ଆତୁର ହୃଦ ଅନ୍ତଃସ୍ବର

       ଉଛୁଳା ପ୍ରେମର ଧାରେ,

ନିଃସଙ୍ଗତା ଖୋଜେ ଆତ୍ମୀୟତା ଭାବ

       ସମ୍ପର୍କ ନଦୀର ତୀରେ.....


*****କାନନ ବାଳା ଦାସ*****

   ***ରାଉରକେଲା***

##################


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational