STORYMIRROR

Bijaya Kumar Swain

Inspirational

4  

Bijaya Kumar Swain

Inspirational

ମନେ ରଖି ଥା ମୋ' ଦି ପଦ କଥା

ମନେ ରଖି ଥା ମୋ' ଦି ପଦ କଥା

1 min
215


ମନେ ରଖି ଥା

ମନେ ରଖି ଥା

   ଏଇ ମୋ ଦି ପଦ କଥା

ଜୀବନ କ୍ଷେତ୍ର ରେ

କରିଲେ ପାଳନ

    ହୋଇବୁ ଜଗତ ଜିତା।


ମିଠା ମିଠା କଥା କହିବୁ

ସଭିଙ୍କର ମନ ମୋହିବୁ

ଗୁରୁଜନ କଥା ମାନିବୁ

ପିତା ମାତା ସେବା କରିବୁ

  ସତ୍ୟ ଧର୍ମ ନ୍ୟାୟ ଆଚରିବୁ ସଦା

   ଦୂର ହେବ ସବୁ ବ୍ୟଥା

      ହୋଇବୁ ଜଗତଜିତା ।


ଦୁଃଖୀ ରଙ୍କୀ ସେବା କରିବୁ

ବିଭୁ ପାଦେ ଚିତ୍ତ ରଖିବୁ

  ଶକ୍ତି ଅନୁଯାୟୀ ଧନ ରେ

   ଦୀନ ଜନେ ଦାନ ଦେବୁରେ

   ଏହି ସବୁ କଥା କରିଲେ ପାଳନ

      ହୋଇବୁ ଜଗତଜିତା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational