ମମତା ଭଣ୍ଡାର
ମମତା ଭଣ୍ଡାର
ଚଉଦିଗେ ତୋତେ ଖୋଜିଲି ମା ଲୋ
କେଉଁଠି ପାଇଲି ନାହିଁ
ନିଭୃତ କୋଣରେ କାହିଁକି ଲୁଚିଛୁ
ଲୁହରେ ଭିଜିଛୁ ତୁହି ।
ଖୋଲି କହି ଦିଏ ଯେତେ ମନ ଚାହେଁ
ଅନ୍ତର ବେଦନା ତୋର
ସବୁ ଦୁଃଖ ମୁହିଁ ପୋଛି ନେବି ଆଜି
ଆଉ ଆସିବନି ଡର ।
ଶତୃ ଆଚରିଲେ ସକଳ କୁଟୁମ୍ବ
ମୋ ପାଇଁ ତୋହରି ଠାରେ
ଅସ୍ପୃଶ୍ୟ ଜାତିର ଝିଅ ବିଭା ହୋଇ
ଅପମାନ ଦେଲି କରେ ।
ପିଲାଟି ଦିନରୁ ଦେଖିଛୁ ତାହାକୁ
ତା ପରି ନାହିଁ ତ ଝିଅ
କେଉଁ ଦିନ ତୋତେ କଟୁକ୍ତି ଭାଷାରେ
ଆଖିରେ ଭରିଛି ଲୁହ ?
ବିପଦ ଆପଦେ ମୁଁ ନଥିଲା ବେଳେ
ଖିଆଲ ରଖିଲା ତୋର
ଲୁଚି ଥିଲେ ସବୁ ପଡା ପ୍ରତିବେଶୀ
କେହି ଆସି ନାହିଁ ଦ୍ଵାର ।
ତେଣୁ ମୋ ମନରେ ସେହି ଝିଅ ପ୍ରତି
ସୃଷ୍ଟି ହେଲା ବଡ଼ ମାୟା
ଉଚିତ୍ ମଣିଲି ହେଲେ ଗୃହ ଲକ୍ଷ୍ମୀ
ସବୁବେଳେ ହେବ ସାହା ।
ଅବୁଝା ହୁଅନା ଭୂଲି ଯା ତୁହି ଲୋ
ଅତୀତର ଯେତେ କଥା
ଏତିକି ତୋ ପାଶେ କହୁଛି ମା ଲୋ
ହୃୟରେ ନଦେବି ବ୍ୟଥା ।