STORYMIRROR

Banalaxmi Mohanty

Inspirational

4  

Banalaxmi Mohanty

Inspirational

ଖରା

ଖରା

1 min
379


ଗ୍ରୀଷ୍ମ ଋତୁରେ ଟାଣ ଖରା ହୁଏ

    ଧରା ହୁଅଇ ଉତ୍ତପ୍ତ 

ନଦୀ ପୋଖରୀର ଜଳ ଶୁଖିଯାଏ

    ସର୍ବେ ହୋନ୍ତି ହନ୍ତ ସନ୍ତ।


ସକାଳ ଖରା ଅଟେ ଦେହକୁ ହିତ

   ଟାଣ ଖରାଟି ଅହିତ

ଟାଣ ଖରା ଅତି ବିଷମ ଅଟଇ

   ହୋଇଥାଏ ଅଂଶୁଘାତ।


ପ୍ରଚଣ୍ଡ ଖରାରେ ଘରୁ ବାହାରିଲେ

    ନିୟମ କିଛି ମାନିବ।

ଯୋତା ଛତା ଆଉ ପାଣି ବୋତଲକୁ

   ମନେ କରି ସାଥେ ନେବ।


ମନୁଷ୍ୟ କରୁଛି ବୃକ୍ଷରାଜି ନଷ୍ଟ 

   ମିଳୁନାହିଁ ଆଉ ଛାଇ

ନିଜ କଲାକର୍ମ ଭୋଗେ ଆଜିସିଏ

   ଖରାରୁ ମିଳେନା ତ୍ରାହି।


ଗ୍ରୀଷ୍ମ ତାପୁ ରକ୍ଷା ପାଇବା ପାଇଁ 

   ବୃକ୍ଷମାନ ଯେ, ରୋପିବା

ସବୁଜ ବନାନୀ ଶୀତଳ ଛାୟାରେ

   ଖରାରୁ ମୁକ୍ତି ପାଇବା ।। 





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational