STORYMIRROR

Ramakanta Das

Inspirational

4  

Ramakanta Das

Inspirational

ଜନ୍ମଭୂମି

ଜନ୍ମଭୂମି

1 min
211


ଜନ୍ମିଛି ମୁଁ ଯେଉଁ ଦେଶେ

ଅଛି ଯେଉଁ ଦେଶେ

ତା ପାଣି ପବନ ବହେ

ମୋ ନିଶ୍ୱାସେ ପ୍ରଶ୍ୱାସେ

ତା ରୂପ, ରଙ୍ଗରେ ଗଢ଼ା

ଏଇ ମୋ ଜୀବନ

ଜନ୍ମଭୂମି ମୋର ଜନନୀ ସମାନ

ଜନ୍ମଭୂମି ମୋର ଜନନୀ ସମାନ ॥


ମାତୃଗର୍ଭରୁ ପଡି ମୁଁ

କଲି ଭୂମି ସ୍ପର୍ଶ

ଶିଶୁପ୍ରାଣକୁ ମୋ

କଲି ପରିପୁଷ୍ଟ

ପ୍ରଥମ ପରିଚୟ ମୁଁ

ତା ପାଇଁ ପାଇଲି

ତା ଚାରଣ ଭୂଇଁରେ ମୁଁ

କେତେ ଯେ ଖେଳିଲି

ମୋ ଦେହକୁ ଛୁଇଁ ଯାଏ

ତା ମିଠା ପବନ

ଜନ୍ମଭୂମି ମୋର ଜନନୀ ସମାନ

ଜନ୍ମଭୂମି ମୋର ଜନନୀ ସମାନ ॥


ଯାର ଫଳସଶ୍ୟ କରେ

ଜୀବନ ଧାରଣ

ନୀଳ ସାଗର ନୀତି

ଧୁଏ ତା ଚରଣ

ମୋ ଜୀବନେ ଭରିଦେଲା

ଛୋଟ ଗୋଟେ ପ୍ରାଣ

ସବୁ ଦିନ କରୁଥିବି

ତାର ଜୟ ଗାନ

ଜନ୍ମଭୂମି ମୋର ଜନନୀ ସମାନ

ଜନ୍ମଭୂମି ମୋର ଜନନୀ ସମାନ ॥


ଯେ ଦେଶରେ ରବି କରେ

ସୁନ୍ଦର ସକାଳ

ଚାଷୀଭାଇ କରୁଥାଏ

ବିଲରେ ହଳ

ଘରକୁ ଫେରଇ ଚାଷୀ

ହେଲେ ସନ୍ଧ୍ୟାବେଳ

ସନ୍ଧ୍ୟା ବେଳେ ଫୁଟିଥାନ୍ତ

କେତେ ତାରା ମାଳା

ଅନ୍ଧାରକୁ ଆଲୋକିତ

କରିଥାଏ ଜହ୍ନ

ଜନ୍ମଭୂମି ମୋର ଜନନୀ ସମାନ

ଜନ୍ମଭୂମି ମୋର ଜନନୀ ସମାନ ॥


ଯେ ଦେଶରେ ଅଛନ୍ତି

ମୋର ପ୍ରିୟ ପରିବାର

ଦୟାମୟ ପିତା ପୁଣି

ଜନନୀ ମୋହର

ଦୁଷ୍ଟ ହେଲେ କରିଥାନ୍ତି

ମତେ ସେ ଶାସନ

ଜନ୍ମଭୂମି ମୋର ଜନନୀ ସମାନ

ଜନ୍ମଭୂମି ମୋର ଜନନୀ ସମାନ ॥


ଯେ ଦେଶରେ ରହିଅଛି

କେତେ ପରବତ

ଯାହା ନାମେ ଧରା ତଳେ

ହୁଏ ପରିଚିତ

ଦୂର ଦେଶେ ଥାଇ ଯାକୁ

କରିଲେ ସ୍ମରଣ

ଅଶ୍ରୁପୂର୍ଣ୍ଣ ହୋଇଯାଏ

ମୋ ଦୁଇ ନୟନ

ଜନ୍ମଭୂମି ମୋର ଜନନୀ ସମାନ

ଜନ୍ମଭୂମି ମୋର ଜନନୀ ସମାନ ॥


ସୁରୁଜ ଉଦୟ ହେଲେ

କାଉ କା କା ରାବେ

ସୁରଜ ଅସ୍ତ ହେଲେ

ପକ୍ଷୀ ନିଜ ବସା ଖୋଜେ

ଯା ମାଟିରେ ପାଦଦେଲେ

ପୂରିଯାଏ ମନ

ତା ଲାଗି କରିବି ମୁହିଁ

ରକ୍ତବିନ୍ଦୁ ଦାନ

ଜନ୍ମଭୂମି ମୋର ଜନନୀ ସମାନ

ଜନ୍ମଭୂମି ମୋର ଜନନୀ ସମାନ ॥


ଏ ମାଟିରେ ଜନ୍ମିଛନ୍ତି

କେତେ ମହାବୀର

ସ୍ବଦେଶ ମଙ୍ଗଳେ

ଦେଇଅଛନ୍ତି ଶରୀର

ଇତିହାସ ଖୋଲିଦେଲେ

ଭଗ୍ନ ହୁଏ ମନ

ଧନ୍ୟ ତାଙ୍କ ପିତାମାତା

ଧନ୍ୟ ଜନ୍ମସ୍ଥାନ

ଜନ୍ମଭୂମି ମୋର ଜନନୀ ସମାନ

ଜନ୍ମଭୂମି ମୋର ଜନନୀ ସମାନ ॥


ଯେ ଦେଶେ ଝରଣା ଝରେ

ହୋଇ ଝରଝର

ଯେ ଦେଶେ ତ୍ରିରଙ୍ଗା ଉଡେ

ହୋଇ ଫରଫର

ତ୍ରିରଙ୍ଗାର ମାନ ରଖି

କେତେ ବୀରଜବାନ

ଦେଶ ପାଇଁ ଦେଇଥାନ୍ତି

ନିଜର ଜୀବନ

ଜନ୍ମଭୂମି ମୋର ଜନନୀ ସମାନ

ଜନ୍ମଭୂମି ମୋର ଜନନୀ ସମାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational