STORYMIRROR

Kalandi pal

Inspirational

3  

Kalandi pal

Inspirational

ପତି ପତ୍ନୀ

ପତି ପତ୍ନୀ

1 min
229

ଗୋଟିଏ ମୁଦ୍ରାର ଦୁଇଗୋଟି ପାର୍ଶ୍ୱ

  ପତି ପତ୍ନୀର ସମ୍ପର୍କ 

ଏକ ବିନା ଆର  ନୁହଁଇ ସଫଳ

  ଉଭୟେ ପରିପୂରକ !!


ଗୋଟିଏ ବନ୍ଧନେ ବନ୍ଧା ଦୁଇ ମନ

  ନୁହଁଇ କେବେ ବିଚ୍ଛେଦ 

ଦୁଇ ପ୍ରାଣ ମଧ୍ୟେ ସୁସମ୍ପର୍କ ସାଧେ

  ଚାରି ପାଦ ଏକ ପାଦ !!


ପତ୍ନୀ ଅର୍ଦ୍ଧଙ୍ଗିନୀ ସ୍ନେହ ସୋହାଗିନୀ

   ପାଦରେ ମିଳାଇ ପାଦ 

ସ୍ୱାମୀ ତା ଦେବତା କବଚଟି ସଦା

   ନାଶିବାକୁ ପରମାଦ !!


ସୁ ବୁଝାମଣାରେ ଏ ନଉକା ଚାଲେ

  ସଂସାର ମସୃଣ ପଥେ 

ଏକ ପାଇଁ ଆର ଜୀବନ ବ୍ୟାକୁଳ

  ପଡିଲେ କେହି ବିପଦେ !!


ବୁଝେ ଯେଉଁ ପତି ପତ୍ନୀଙ୍କର ମତି

  ପତ୍ନୀ ବୁଝେ ପତି ମତି 

ସେହି ସଂସାରରେ ସଦା ଖୁସି ଖେଳେ

  ନ ଆସେ କେବେ ଦୁର୍ଗତି !!


ଜନ୍ମିତ ସନ୍ତାନ  ପାଏ ଶିକ୍ଷା ଦାନ 

  ଆଦ୍ୟ ଗୁରୁ ପିତାମାତା 

ତା ଚାଲି ଚଳନ  ସେ ଅନୁକରଣ

  କରୁଥାଏ ତ ସର୍ବଦା !!


ପ୍ରଭାବେ ସମ୍ପନ୍ନ  ଜନ୍ମିତ ସନ୍ତାନ 

  ଶତ୍ରୁ ସମ ସମାଜରେ 

ମଣିଷଟେ ଭଳି  ମଣିଷ ହୁଏନି

  ଘୃଣା ପାଏ ପ୍ରତି ସ୍ତରେ !!


ପତି ଯେ ପତ୍ନୀର ଶଙ୍ଖା ଓ ସିନ୍ଦୁର

  ଥାଏ ଅହ୍ୟସୁଲକ୍ଷଣୀ 

ପତି ସେବା କରି ଆନନ୍ଦେ ଯେ ନାରୀ

  ଦିନ କାଟୁ ଥାଏ ପୁଣି !!


ପତ୍ନୀ ବିନା ପତି ଯେହ୍ନେ ଜଗତ୍ପତି

  ଲଭିଥିଲେ ଯେ କଷଣ 

ପରସ୍ପରେ ସଦା ଏକ ସୂତ୍ରେ ବନ୍ଧା

  ସୃଷ୍ଟିର ମୁଳ କାରଣ !!


ପତି ପତ୍ନୀ ମଧ୍ୟେ ସନ୍ଦେହ ଯେ ସାଧେ

  ଜୀବନକୁ ଅଗ୍ନି ସମ 

ଯାଏ ଜଳି ଜଳି  ଜୀବନ ଦୁଇଟି

  ସନ୍ଦେହକୁ ଦେଲେ ସ୍ଥାନ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational