ସନ୍ତାନ
ସନ୍ତାନ
ଏମିତି ବନ୍ଧନ ଲାଗିଛି ସଂସାରେ
ସୃଷ୍ଟିର ନିୟମ ହୋଇ,
ସବୁ ପରିବାରେ ଦାମ୍ପତ୍ୟ ଜୀବନ
ଆସେ ସୁଖ ଆଶା ନେଇ |
ସବୁ ଦମ୍ପତି ଯେ ଖୋଜନ୍ତି ବାସ୍ତବେ
ସନ୍ତାନଟେ ଜନ୍ମ ପାଇଁ,
ଦାମ୍ପତ୍ୟ ଜୀବନ ସାର୍ଥକ ସେଥିରେ
ମହା ସୁଖ ଥାଏ ଦେଇ |
ଜୀବନର ସବୁ ବ୍ୟଥା ଦୂର ହୁଏ
ସନ୍ତାନ ମୁହଁକୁ ଚାହିଁ,
ସେଇ ଯେ ତାଙ୍କର ଅମୁଲ୍ୟ ସମ୍ପତ୍ତି
ଯାହାର ତୁଳନା ନାହିଁ |
ସନ୍ତାନର ହସେ ହସ ଖେଳୁଥାଏ
ପିତାମାତାଙ୍କର ମୁଖେ ,
ସେଇ ଯେ ଜୀବନେ ହୋଇବ ଭରସା
ଜୀବନର ସବୁ ଦୁଃଖେ |
ଶିଶୁ ସନ୍ତାନର ଦୋତୁଣ୍ଡା କଥାରେ
ଥାଏ ଆନନ୍ଦର ଧାରା,
ଯେତେ ସବୁ ଅଳି ସନ୍ତାନର ଥାଏ
ହୁଅଇ ସହସା ପୁରା |
ସନ୍ତାନ ଆଖିରେ ଲୁହ ଦେଖିଦେଲେ
କେବେ ସହିହୁଏ ନାହିଁ,
ପିତାମାତାଙ୍କର ସବୁ ଅବଶୋଷ
ରହେ ହୃଦେ ଦାଗ ହୋଇ |
ସମୟ ସ୍ରୋତରେ ଜଣା ପଡ଼େନାହିଁ
ହୁଅଇ ବଡ଼ ସନ୍ତାନ,
ଆଶା ବାଡ଼ି ହୁଏ ପିତାମାତାଙ୍କର
ସୁଖରେ କଟେ ଜୀବନ |
