STORYMIRROR

Sangita Mishra Satapathy

Inspirational

3  

Sangita Mishra Satapathy

Inspirational

ମାଆ ଓ ମମତା

ମାଆ ଓ ମମତା

1 min
208

  

ବୋଉଲୋ ବୋଉ 

କହ କିଏ ହେବ ତୋ ପରି ଆଉ

କେହି ନ ଉଠୁଣୁ ସକାଳୁ ଉଠୁ

ସବୁଠୁ ଡେରିରେ ଶେଯକୁ ଯାଉ

କେମିତି କେଜାଣି ସଅଳ ଉଠୁ।

ନକହି ବି ପଢୁ ମନର କଥା

କହ କିଏ ହେବ ତୋ ପରିକା

ମମତା ଡୋରେ ତ ଜଗତ ବନ୍ଧା

ଆଦର ଯତନେ ତୁ ବାଢିଦେଉ

ବଳେଇ ବଳେଇ ଖୁଆଇ ଦେଉ

ଅମୂ ଲ ମୂଲ ତୋ ମମତା ମୂଲ

କିଏ ସରି ହେବ କହ ତା ତୂଲ?

ମା ,ମମତା ମୂଲ କେ ପାରିଛି ଦେଇ!

ତ୍ଯାଗର ମୂରତି ଅଟୁ ଲୋ ତୁହି

ଧୈର୍ଯ୍ଯ,ଶାନ୍ତି, ଶକ୍ତି ଠୁଳ ତୋ ଠି

ସହିବା ଗୁଣରେ ସତେ ଧରିତ୍ରୀ 

କାହୁଁ ପାଉ ସହିବାକୁ ଶକତି

ଶିଖାଇ ଦେ ସହିଯିବା କଳାଟି

ଈଶ୍ବର ପାଦେ ଏଇ ମିନତି

ଜନ୍ମେ ଜନ୍ମେ କୋଳେ ଜନ୍ମନ୍ତି

ତୋ ମମତା ପଣତେ ଦୋଳି ଖେଳନ୍ତି। 

ଅଭିମାନେ କେବେ ରଗାଇଥିବି

ଦୋଷ ଧରିବୁନି ତୋ ଝିଅ ଭାବି।

କୋଳେ ମିଳେ ତୋର ଅମାପ ଶାନ୍ତି 

ବୋଉ ବୋଉ କହି ଲୋଟୁ ଥାଆନ୍ତି। 

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational