STORYMIRROR

Kalandi pal

Inspirational

3  

Kalandi pal

Inspirational

ଯୌଥ ପରିବାର

ଯୌଥ ପରିବାର

1 min
165


ଏକ ଛାତ ତଳେ  ବନ୍ଧା ପରସ୍ପରେ

    ସଦା ମମତାର ଡୋରେ.

ପରସ୍ପରେ ସୁଖ  ଦୁଃଖ କରି ଭାଗ

   ଆଦରି ନିଏ ଖୁସିରେ.!!


ଯେଉଁ ପରିବାରେ  ସ୍ନେହ ଶ୍ରଦ୍ଧା ଝରେ

    ଅବିରତ ପ୍ରତି ହୃଦେ.

ସରଗ ସମାନ  ଅଟେ ସେ ଭବନ

   ଜଗନ୍ନାଥ ଆଶୀର୍ବାଦେ.!!


ପିତାମାତା ଭାଇ  ଭାଉଜ ଭଉଣୀ

    ପୁଅ କି ପୁତୁରା ମାନେ.

ଏକ ପରିବାରେ  ସଦଶ୍ୟ ଯେତେରେ

    ଥାଏ ଯଦି ଏକା ଅନ୍ନେ.!!


ଯୌଥ ପରିବାର କୁହଇ ସଂସାର

    ମମତାର ଡୋରେ ବନ୍ଧା.

ବଡକୁ ସମ୍ମାନ  ସାନକୁ ସେନେହ

    ସମାସ୍କନ୍ଧେ ପ୍ରେମ ସଦା.!!


ଭଲ ବୁଝାମଣା    ସୁପରିକଳ୍ପନା

    ସୁସମ୍ପର୍କ ସୁଵିଚାର.

ଛୋଟ ବଡ଼ କାମ  ସହମତି କ୍ରମେ

    ହୁଏ ସରସ ସୁନ୍ଦର.!!


ଖାଇବା ବସିବା   ଏକାଠି ହସିବା

    ଭିନ୍ନ ଏକ ଅନୁଭୂତି.

ଯୌଥ ପରିବାରେ କେବଳ ହିଁ ମିଳେ

    ମନେ ଭରି ଦିଏ ଶାନ୍ତି.!!


ଓଡ଼ିଆ ଜାତିର  ତିନୋଟି ଠାକୁର

    ଏକା ଡୋରେ ସଦା ବନ୍ଧା.

ସେଥିପାଇଁ ସେଠି ଷାଠିଏ ପଉଟି

    ନିତି ହେଉଥାଏ ରନ୍ଧା.!!


ପ୍ରଭୁଙ୍କ ବ୍ୟଞ୍ଜନ  କି ଶାଗ ତିଅଣ

    ଜଗତ ତାସ୍ୱାଦ ଜାଣେ.

ଯୌଥ ପରିବାରେ ସମକକ୍ଷ ତାର

    ଭୋଜନ ପ୍ରସାଦ ସମେ.!!


ପଶିଗଲେ ସ୍ୱାର୍ଥ  ଯୌଥ ପରିବାର

    ହୋଇଯାଏ ଖଣ୍ଡ ଖଣ୍ଡ.

ଟିକିଏ କଥାରେ ମହାଭାରତ ଯେ

    ପୁଣି ନାନା ଲଙ୍କା କାଣ୍ଡ.!!


ଭାଇ ଭାଇ ମଧ୍ୟେ ପିତା ପୁତ୍ର ମଧ୍ୟେ

    ରକ୍ତରେ ପଡଇ ବାଡ଼.

ତେଜି ପରିଜନ ମୁହେଁ କଥା ଟାଣ

   ଅନ୍ୟାୟର ସୁଅ ତୋଡ.!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational