STORYMIRROR

Panchanan Jena

Inspirational

3  

Panchanan Jena

Inspirational

ଭଲଲାଗେ ମୋତେ

ଭଲଲାଗେ ମୋତେ

1 min
159


ଭଲ ଲାଗେ ମୋତେ ବେଳେ ବେଳେ 

ଚୁପ୍ ଚାପ୍ ବସିବାକୁ ସଞ୍ଜ ସକାଳେ

କଢ଼ା ପ୍ରଶ୍ନକୁ ପଢିନେଇ

ଦୁଇ ଓଠକୁ ସିଲେଇ 

ନିଦା ପଥର ପରିକା ଜବାବ ନ ଦେଇ

 ବେଳେ ବେଳେ ବସିବାକୁ

ତା ମାନେ ନୁହେଁ

ଉତ୍ତର ମୋତେ ଆସୁନି

ପ୍ରତ୍ୟୁତ୍ତର ମୁଁ ଜାଣିନି

ବାତୁନି ହୋଇ ବି ହାଉଡ଼ା ହେବାକୁ 

ଭଲଲାଗେ ବେଳେ ବେଳେ 

ଚୁପ୍ ଚାପ୍ ବସିବାକୁ ସକାଳେ ଅକାଳେ ।


ଭଲ ଲାଗେ ମୋତେ ହସି ଦେବାକୁ

ମୁରୁକି ଦେବାକୁ

ସଫା ଦାନ୍ତର ବିଜ୍ଞାପନ କରିବାକୁ

ମନ ଖୋଲା ହୋ ହଲ୍ଲା କରି

ହଜିଯିବାକୁ ବେଳେ ବେଳେ

ତା ମାନେ ନୁହେଁ

ଖୁସି ପାଦ ଚୁମୁଥାଏ

ଦୁଃଖରେ ଜମା ନ ଥାଏ

ସୁଖ ସନ୍ତେଷକୁ ଧରି ଆବୋରି

ଶାନ୍ତି ପ୍ରଶାନ୍ତିରେ ଥାଏ ମୁଁ ସବୁବେଳେ ।


ଭଲ ଲାଗେ କଡ଼ା କଥା ସହି ଯିବାକୁ

ଶୁଣି ନ ଶୁଣିବାକୁ

ଛାତିଫଟା ବାକ୍ୟବାଣ

 ଲହୁ ଲୁହାଣ 

ଖଣ୍ଡିଆ ଖାବରା ହେବା ପରେ ବି

ସହି ଯିବାକୁ ବେଳେ ବେଳେ 

ତା ମାନେ ନୁହେଁ

ପଥର ମୂର୍ତ୍ତୀଟିଏ ପରି

ରକ୍ତ ମାଂସର ଶରୀର ଧରି

ରାଗ ମାଡ଼େନି 

ଧମନି ଥରେନି

ଶିତେଇ ଉଠେନି 

ଅଙ୍ଗ ପ୍ରତ୍ୟଙ୍ଗ ବେଳେ ବେଳେ ।


ଭଲ ଲାଗେ ଭୂଲର ପ୍ରତିବାଦ ନ କରିବାକୁ

ଆଗଲି ପିଛଲି ପରିଣାମ ଭାବି ଭାବି

ଭବିଷ୍ୟତର ରକ୍ତାକ୍ତ କ୍ଷତାକ୍ତ ଚିତ୍ର ଆଙ୍କି

ତା ମାନେ ନୁହେଁ

ଠିକ୍ ମୁଁ ଜାଣିନି

ଅମେରୁଦଣ୍ଡି ନଫୁସକ ମୁଁ ନୁହେଁ

ମନ ମସ୍ତିସ୍କରେ ଉଠୁଥିବା ତୁଫାନ

ଶୈତାନୀ ତାଣ୍ଡବର ଶିଖା ଲେଲିହାନ

ଧୌର୍ଯ୍ୟର ସହିତ ସହନ ସମାଧାନ

ବେଳେ ବେଳେ ପିଠିରେ ପକେଇ 

ଆତ୍ମ ସମ୍ମାନକୁ ଅନେଇ

ସ୍ଵାଭୀମାନ ପାଇଁ ନଇଁ

ଝୁଣ୍ଟି ଆଘାତ ପାଇ

ପୁଣି ଥରେ ଉଠି ପଡି ଝାଡି ଝୁଡି ସଳଖ ହେଇ

ସତ କହୁଛି

ପ୍ରତିବାଦ ନ କରିବାକୁ

ଉଁ କି ଚୁଁ ନ କହିବାକୁ

ଲଗାମ କସିବାକୁ

ପଞ୍ଜିଭୂତ ରାଗ ଅହଁକାରକୁ

ବେଳେବେଳେ ଉଲଲାଗେ ।


ଭଲ ଲାଗେ ମୋତେ ସହିବାରେ

ତ୍ୟାଗ ତର୍ପଣରେ

ସାହାଯ୍ୟ ବଳିଦାନରେ

ଅନ୍ୟ ପାଇଁ ଜିଇଁବାରେ

ତା ଅର୍ଥ ନୁହଁ

ଅସମର୍ଥ ମୁଁ କହିବାରେ 

ତର୍କରେ ବିତର୍କରେ

 ବାକ୍ୟ ଯୁଦ୍ଧରେ 

ଶବ୍ଦପୁଞ୍ଜ ପ୍ରହାରେ

ତୁଣ୍ଡ କମାଣରେ ।


ମୁଁ ବୁଝି ସାରିଛି 

ଚୁପ୍ ଚାପ୍ ରହିବାରେ

ସହିବାରେ ପିଇବାରେ

ଟାଏଁ ଝାଏଁ ଉତ୍ତର ବଦଳରେ

ଖୁସି ଦିଏ ସବୁବେଳେ ସର୍ବକାଳେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational