STORYMIRROR

Ajit Kumar Raut

Inspirational

4  

Ajit Kumar Raut

Inspirational

ଦୟା କର ପ୍ରଭୁ

ଦୟା କର ପ୍ରଭୁ

1 min
370


ସବୁତ ଦେଇଛ ଜୀବନ ଦେଇଛ

କଣ୍ଟାବଣେ ଚାଲେ ମୁହିଁ

ଦୁର୍ଲ୍ଲଭ ଜୀବନ ମଣିଷ ଜୀବନ

ସୁପଥରେ ଚାଲେ ମୁହିଁ।

ଦୟା କର ପ୍ରଭୁ ଜଗତର କର୍ତ୍ତା

ସତ୍ୟପଥେ ଚାଲେ ମୁହିଁ

ଜ୍ଞାନର ପ୍ରଦୀପ ଜାଳିଦିଅ ପ୍ରଭୁ

ସୁକର୍ମ କରିବି ମୁହିଁ।୨।

ପ୍ରେମର ଭକ୍ତିକୁ ଅର୍ପଣ କରହେ

ଗାଉଥିବି ନାମ ମୁହିଁ

ନିସ୍ବାର୍ଥ କର୍ମରେ ପଥିକ କରହେ

ଜନସେବୁ ଥିବି ମୁହିଁ।୩।

ଶକ୍ତିଶାଳୀ ହେଉ ଶରୀର ମୋହର

ଦେଶ ସେବୁଥିବି ମୁହିଁ

ଆଶିର୍ବାଦ କର ଅଜ୍ଞାନି ଭକ୍ତକୁ   

ଚରଣ ସେବିବି ମୁହିଁ।୪।

ବଡ ଦେଉଳରୁ ଗୁହାରି ଶୁଣହେ

ନିତ୍ୟେ ଡାକୁଅଛି ମୁହିଁ

ସମସ୍ତ ବୈଭବେ ପୂର୍ଣ୍ଣ ହେଉ ଦେଶ

କାମନା କରୁଛି ମୁହିଁ।୫।

ଗୄହସ୍ତ କାର୍ଯ୍ୟରେ ମନ ରହୁ ମୋର

ସୁଖରେ ରଖିବା ପାଇଁ

ଜନକଲ୍ୟାଣ ରେ ଆଗୁଆ କରହେ

ଜନ୍ମଭୂମି ରକ୍ଷା ପାଇଁ।୬।

ଜୀବନ ପଥକୁ ଉଜ୍ଜ୍ବଳ କରହେ

ଜୀବନ ସାର୍ଥକ ପାଇଁ

କ୍ଷଣିକ ଜୀବନ ଦେଇଛ ଜୀବନେ

ଶ୍ରୀଚରଣ ସେବା ପାଇଁ।୭।

ତବବିନୁ ପ୍ରଭୁ ଭଲ ଲାଗୁ ନାହିଁ

ଅନୁଗ୍ରହ କର ମତେ

ତବ ଶ୍ରୀଚରଣେ ଭକ୍ତି ରହୁ ନିତ୍ୟେ

ଆଶିର୍ବାଦ କର ମତେ।୮।

ମାୟା ସଂସାରରେ ମାୟାର ଜଞ୍ଜିରେ

ବନ୍ଧନେ ନ ରହୁ ପ୍ରାଣ

ଅଜ୍ଞାନ ଅନ୍ଧାରୁ ମୁକ୍ତି ଦିଅ ପ୍ରଭୁ

ପବିତ୍ର କରହେ ପ୍ରାଣ।୯।

ସବୁତ ଦେଇଛ ଜୀବନ ଦେଇଛ

କଣ୍ଟାବଣେ ଚାଲେ ମୁହିଁ

ମଣିଷ ଜୀବନ ଦୁର୍ଲ୍ଲଭ ଜୀବନ

ସୁପଥରେ ଚାଲେ ମୁହିଁ।୧୦।




Rate this content
Log in

Similar oriya poem from Inspirational