ବଳାତ୍କାର
ବଳାତ୍କାର
ତମଗ୍ରସ୍ତ ମଣିଷ ଭିତର ପଶୁ
କେବେ କେବେ ମାତିଉଠେ
ଅନ୍ଧକାର ଦିଶେ ଦଶଦିଶ,
ହିଂସ୍ର ବଳ ପ୍ରୟୋଗରେ ସେ ଅସୁର
ଅପହରେ ସୁଖ ଶାନ୍ତି
ଦୁର୍ବଳ ର ଖିନଭିନ କରିଦିଏ
ତନ ମନ ଧନ।
କଅଁଳ ପାଖୁଡା ଖୋଲି ପାରେ ନାହିଁ
ସୁକୁମାରୀ ଫୁଲ କଳିଟିଏ,
ଦୂରାଚାରୀ କବଳରେ ଅବେଳରେ
ଝରିଯାଏ ରଙ୍ଗ
ବିଷ ହଳାହଳ ଗ୍ରାସେ ଅମୃତ ଆନନ୍ଦ ।
ଜଘନ୍ୟ କୁତ୍ସିତ ଅତି ଭୟଙ୍କର
ପାପାଚାର ଅଟେ ବଳାତ୍କାର,
ବଳାତ୍କାରୀ ହୀନ କାପୁରୁଷ
ଘୃଣ୍ୟ ତା ଜୀବନ ଜନ୍ମ
ଶତଧିକ ମାତାପିତା ତାର
ଅସଭ୍ୟ ସମାଜ ନାମ
ପାପାଚାର ଯହିଁ ହୁଏ ସହ୍ୟ ।
ଜୀବନର ଉଦ୍ଦେଶ୍ୟ ମହତ,
ଅନୁସରଣୀୟ ଅଟେ ସତ୍ୟ ଶାନ୍ତି
ପଥ ଆଲୋକିତ,
ଉଜାଗର ହେଉ ଜ୍ଞାନ ବୁଦ୍ଧି ବିବେକ ସଂଯମ
ଜୀଇଁ ରୁହ ସସମ୍ମାନେ ନିଜେ
ଅନ୍ୟଙ୍କୁ ବି ସ୍ୱଚ୍ଛନ୍ଦ ରେ ଜୀଇବାକୁ ଦିଅ ।
ସତ୍ୟ ଶିବ ସୁନ୍ଦର ଜୀବନ
ମଙ୍ଗଳ ସହାବସ୍ଥାନେ ନୀରାପଦ
ମଣନ୍ତୁ ସମସ୍ତେ
ସମାଜେ ଜୀବନ ହେଉ
ସଫଳ ଓ ସାର୍ଥକ ।
