Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunita Sahoo

Inspirational

4  

Sunita Sahoo

Inspirational

ନୂଆ ଏକ ଚେତନା

ନୂଆ ଏକ ଚେତନା

1 min
366



ଆସ ଆଜି ଆଉଥରେ ବଞ୍ଚିବା

ନୂଆ ଏକ ଚେତନାକୁ ଧରି

ଆଉ କିଛି ବାଟ ଆଗେଇବା

ଦୃଢ଼ତାକୁ ଭିତ୍ତି କରି ।

ଆସ ପୁଣି ଥରେ ପ୍ରାଣ ସିଞ୍ଚିଦେବା

ନୂଆ ଏକ ଉନ୍ମାଦନାରେ

ଦୁଇ ପାଦ ବଢାଇବା

ବିଶ୍ଵାସକୁ ଅତୁଟ କରି ।

ଆସ ସବୁ ପଛ କଥା ଭୁଲିଯିବା

ନୂଆ ଚେତନାକୁ ଆପଣେଇ

ଆସ୍ଥାର ବୀଜ ବୁଣି ଦେବା

ସାହସର ସଂଚାର କରି ।

ଆସ ପୁରୁଣାକୁ ବଦଳାଇ ଦେବା

ନୂଆ ଏକ ଆହ୍ଵାନ ଦେଇ

ଅଶ୍ରୁ ପୋଛି ଦେବା

ଏକତାକୁ ପାଥେୟ କରି ।।


Rate this content
Log in

Similar oriya poem from Inspirational