ତ୍ରିରଙ୍ଗା ଝଙ୍କାର
ତ୍ରିରଙ୍ଗା ଝଙ୍କାର
ଏଇ ମୋର ମା' ମାଟି ଏଇ ଜନ୍ମ ଭୂମି
ତା କଷଣ ଦେଖି ମୋର ଆଖି ଯାଏ ନମି ।
ଯେବେ ଶତୃ ଗୋପନରେ କରିଲା ଚକ୍ରାନ୍ତ
ତନ୍ମୟ ଚିତ୍ତଟି ମୋର ହୁଅଇ ଉତ୍ତପ୍ତ ।
ନିତି ଦେଖେ ସମାଚାରେ ଦେଶର ଦୁର୍ଦ୍ଦଶା
କ୍ରୋଧ ମନେ ଜାଗି ଉଠେ ଦମନର ନିଶା ।
ସୌଭାଗ୍ୟରେ ସୈନ୍ୟ ରୂପେ ଲଭିଲି ଦାୟିତ୍ବ
ଭାରତ ମାତା ରକ୍ଷକ ମତେ କୃତ୍ୟ କୃତ୍ୟ ।
ଦେଶାନ୍ତେ ରକ୍ଷକ ସାଜି କାନ୍ଧରେ କମାଣ
ଅରି ସମ୍ମୁଖେ ଦଣ୍ଡାୟ ଏହି ମୋର ପଣ ।
ଅଶ୍ରାବ୍ୟ ବଚନେ ଦେଶ ଦ୍ରୋହୀର ଚିତ୍କାର
ଦଣ୍ଡିବାକୁ ମନ ମଧ୍ୟେ ଅଶ୍ନୀଭୂତ ଘର ।
ନିଶାଚର ପରି ଶତୃ ପ୍ରବେଶି ସୀମାନ୍ତେ
ଗୁଳି ବର୍ଷଣେ ମାରଇ ର୍ନିଦ୍ଦୟେ ଆଘାତେ ।
ଅରାତି ଗୁଳିରେ ବିଦ୍ଧ ରକ୍ତାକ୍ତ ମୋ ଛାତି
ତଥାପି ନଥାଏ ମୋର ହୃଦୟରେ ଭୀତି
ବିଜୟ ତ୍ରିରଙ୍ଗା ଯେବେ ହୁଏ ବିଛେଦିତ
ଗୁରୁଣ୍ଡି ଗୁରୁଣ୍ଡି ଆସି କଲି କୋଳାଗ୍ରତ ।
ଧୀରେ ଶୀଥିଳ ପଡେ ମୋ ବୀରତ୍ବ ଶରୀର
ମନରେ ନାଚିଲା କିଛି ସ୍ମୃତି ରୂପା ଘର ।
ଦଶମାସ ଗର୍ଭବତୀ ଯେବେ ଥିଲା ପତ୍ନୀ
ତ୍ୟାଗ କରି ଚାଲି ଆସେ ସବୁ ସୁଖ ଶାନ୍ତି ।
ଶୁଣି ଥିଲି କିଛି ଦିନ ପୂର୍ବେ ପୁତ୍ର ହୁଏ
ବରଷ ପୁରିଲା ମୋର ନେତ୍ରେ ନାଚୁ ଥାଏ ।
ପ୍ରଣୟ ମନକୁ ମୋର ହୋଲି ରଙ୍ଗ ଦେଇ
ସ୍ନେହେ ପତ୍ନୀ କୁହେ ମୋତେ ତୁମେ ମୋ କହ୍ନେଇ ।
ମୁଁ ତୁମ ରାଧିକା ଗୋରୀ ଚିର ଦିନ ଦସୀ
ମୋ ରଙ୍ଗକୁ ମନେ ରଖ ମୁଁ ତୁମ ମାନସୀ ।
ଧୀରେ ଅର୍ଦ୍ଧ ମୁଦା ନେତ୍ର ନାଚେ ମା' କଥା
ହୋଲି ଦିନେ ଆଶିଷରେ ସାଉଁଳାଇ ମଥା ।
ଅମରତା ଲାଭ କର ମୋର ଗଳା ମାଳି
ବାହୁ ଛାୟା ତଳେ ରଖି ଥାନ୍ତୁ ବନମାଳୀ ।
ତିନି ରଙ୍ଗ ବୋଳା ଏଇ ଦେଶର ପତାକା
ହୋଲି ଠାରୁ ସୁଖ ଦେଇ ଛଡାଇଲା ରଙ୍କା ।
ଜୟ ହିନ୍ଦ୍ ଜୟ ହିନ୍ଦ୍ କମାଣ୍ଡର ଧ୍ୱନି
ଶୁଣି ଶୁଣି ଧରା କୋଳେ ଶୋଇ ଗଲି ତୁନି ।