STORYMIRROR

Kalandi pal

Inspirational

3  

Kalandi pal

Inspirational

ମାଆ ଓ ଶାଶୁ

ମାଆ ଓ ଶାଶୁ

1 min
162

  ମାଆ       

ସ୍ନେହ ମମତାର ପସରାଟିଏ

ଅନ୍ତରେ ସାଇତି ରଖିଛି ଯିଏ

  ମୂଲ ତା ଅମୂଲ ମୂଲ 

ସବୁ ଚିଜ ଠାରୁ ମୂଲ୍ୟବାନ ସିଏ

  କେ ନୁହେଁ ତାହାର ତୁଲ !!


ପାଇବାର ଆଶା ନ ଥାଏ ତାର

ସ୍ନେହ ପ୍ରେମ ବାଣ୍ଟେ ସେ ନିରନ୍ତର

  ଥକି ଯାଏନି ସେ କେବେ 

ଯେତେ ବାଣ୍ଟୁଥିଲେ ପସରାଟି ତାର

  ଉଣା ହୁଏ ନାହିଁ କେବେ !!


ସବୁ ଦୁଃଖ ସହି ସଦା ଖୁସି ଥାଏ

ସନ୍ତାନର ସୁଖ ଯେବେ ଦେଖୁଥାଏ

   ବାଧେନି ତାହାକୁ ଦୁଃଖ 

ଦୁଃଖର ସାଗରେ ସୁଖ ନୌକା ପ୍ରାୟେ

   ଲଭୁ ଥାଏ ମନେ ସୁଖ !!


ମାଆ ଆଉ ଶାଶୁ ନୁହନ୍ତି ତ ଭିନ୍ନ

ତଉଲିଲେ ତାଙ୍କୁ ହୁଅନ୍ତି ସମାନ

  ମନେ ନ ଧରିଲେ ଦୋଷ 

ଶାଶୁ ଚାହୁଁ ଥାଏ ବୋହୁଠୁଁ ସମ୍ମାନ

  ନ ମିଳିଲେ ମନେ ରୋଷ !!


ବାପ ଘର ଛାଡି ଆସିଛି କନିଆଁ

ଶାଶୁ ଘରେ ମିଳେ ତାକୁ ମାଆ ନୂଆ

  ଯେବେ ଭାବେ ନିଜ ମାଆ

ଦୋଷ ଦୁର୍ବଳତା ଘୋଡେଇ ନିଅନ୍ତି

  ବୋହୁ ଝିଅ ସ୍ଥାନେ ଠିଆ !!


ଶାଶୁଙ୍କୁ ଦେଖିବ ମାଆର ପରାଏ

ସେବା ଯତ୍ନ ଠାରୁ ତା ଆଦେଶ ଯାଏ

  ଖୁସିରେ ଆଦରେ ଯିଏ 

ଝିଅ ଠାରୁ ବଳି ସ୍ଥାନ ପାଇଥାଏ

  ଆଦରଣୀୟା ସେ ହୁଏ !!


ବୋହୂଟିର ଦୋଷ ଶାଶୁ ଯେ ନ ଧରେ

ଝିଅ ଭଳି ଭାବି ତାକୁ ସ୍ନେହ କରେ

  ମାଆର ଯୋଗ୍ୟତା ପାଏ

ଭୁଲ ଦେଖିତାର ଭଲ ଶିକ୍ଷା ଦେଲେ

  ମାଆଠୁଁ ବଳି ସେ ଯାଏ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational