STORYMIRROR

LALIT MOHAN DASH

Inspirational

4  

LALIT MOHAN DASH

Inspirational

ମାତୃ ଭାଷା ଦିବସ ରେ ମା'

ମାତୃ ଭାଷା ଦିବସ ରେ ମା'

1 min
426


ଜନ୍ମ ଦାତ୍ରୀ ଗୁରୁ ମା ଶିଖାଇଲା

ବ୍ରହ୍ମା ବିଷ୍ଣୁ ମହେଶ୍ୱର

ଶିକ୍ଷା ଗୁରୁଙ୍କର ଶିକ୍ଷା ପାଇ ପୁଣି

ଅରେ ଦେଲି ଆକାର

ଦୀକ୍ଷା ଗୁରୁ ପୁଣି ଶିଖାଇଲେ ମୋତେ

ଶୂନ୍ୟ ବ୍ରହ୍ମ ଅଣାକାର

ସବୁଜ୍ଞାନଠାରୁ ଅଧିକ ମଧୁର

ମାତୃଭାଷା ଜ୍ଞାନ ସାର

ମାତୃଭାଷା ଆମ ଜ୍ଞାନ ର ପ୍ରଦୀପ

ହୃଦୟ ଅନ୍ଧାର ଚିରି

ଦୁନିଆ ଦେଖିବା

ଆଗରୁ ଆମକୁ ଦିଏ ଆଲୋକିତ କରି

ମାତୃ ଗର୍ଭେ ରହି ଶିଶୁ ଟିଏ ପୁଣି

ଶୁଣି ପାରେ ସ୍ନେହ ଗୀତି

ଭୁମିଷ୍ଟ ହୁଅଇ ମାତୃଗର୍ଭୁ ପୁଣି

ପ୍ରଣମି ଜନମ ମାଟି

ସେହି ଶିଶୁ ପୁଣି ବଡ଼ ହୋଇ ଆଜି

ଭୁଲୁଛି ମାଆ ମାଟିକୁ

ଓଡ଼ିଆ କୁ ଛାଡି ଇଂରାଜୀ କହୁଛି

ଓଡ଼ିଆ ଆସୁନି ତାକୁ

ମାତୃ ଭୂମି ମାତୃ ଭାଷା ର ସମ୍ମାନ

ଏବେଠୁ କର ଜାଗ୍ରତ

ଆମ ଉତ୍କଳ ଆମେ ଓଡ଼ିଆ 

ଆମ ପ୍ରଭୁ ଜଗନ୍ନାଥ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational