STORYMIRROR

Niranjan Mishra

Inspirational

4  

Niranjan Mishra

Inspirational

ମଣିଷ ସମୟର ଦାସ

ମଣିଷ ସମୟର ଦାସ

1 min
259


ଅବିରତ ଦେଖ ସମୟର ଗତି

କେବେ ସେ ନୁହଇ ସ୍ଥିର ।

କାଳ ବୋଲି ସିନା ଅନ୍ୟ ନାମ ତାର

ଗତି ତାହାର ପ୍ରଖର  ।୧।

ରୋଧ କରିବାକୁ ସମୟର ଗତି

ସକ୍ଷମ ନୁହନ୍ତି କେହି ।

ସବୁ ଘଟଣାର କ୍ରମ ଆସିଥାଏ

ସମୟ ଗତିକୁ ନେଇ ।୨।

ଚତୁର୍ଥ ଆୟାମ ବୋଲାଏ ସମୟ

ଅମୂଲ୍ଯ ସମ୍ପଦ ଏହା ।

ପରିବର୍ତ୍ତନର ସୂଚନା ସେ ଦିଏ

ସମୟ ଦେଖାଏ ରାହା ।୩।

ଦିନ ଦଣ୍ଡ କାଳ ମାସ ବର୍ଷ ସବୁ

ସମୟ କ୍ରମେ ଆସଇ ।

ସମୟର ଦାସ ସର୍ବଦା ମଣିଷ

ଆନ ଗତି ତାର ନାହିଁ ।୪।

କାଳ ପ୍ରଭାବରେ ପ୍ରଭାବିତ ସଦା

ହୁଏ ମଣିଷ ଜୀବନ ।

ଜନ୍ମ ସ୍ଥିତି ବୃଦ୍ଧି କ୍ଷୟ ଜରା ଲୟ

ସମୟର ପ୍ରତିଦାନ  ।୫।

ଅମୂଲ୍ଯ ସମୟ ଦୁର୍ମୂଲ୍ଯ ଅଟଇ

ଥରେ ଗଲା ପରେ ଚାଲି ।

ନ ଫେରଇ ଆଉ ଯେତେ ଯତ୍ନ କଲେ

ଛଟପଟ ମନ ଖାଲି  ।୬।

ଦୁର୍ଲ୍ଲଭ ମଣିଷ ଜନମ ମିଳିଛି

ଜନମକୁ ସୁଧାରିବା ।

ଯଥା ସମୟରେ ଯଥାର୍ଥ କର୍ମରେ

ଜୀବନକୁ ଲଗାଇବା ।୭।

କାଳର ପ୍ରଭାବ ବିସ୍ତାର ନହୁଏ

ମହାକାଳଙ୍କ ଉପରେ ।

ସମୟର ଦାସ ନହୁଅନ୍ତି ସେ ତ

ରମନ୍ତି ଆତ୍ମାରାମରେ ।୮।

"କ'ଣ କରିବି" ପଞ୍ଚାକ୍ଷର ଜପ

ମନୁଁ କର ପରିହାର ।

ମହାକାଳ ସେବି ଆତ୍ମଜ୍ଞାନ ଲଭି

ଶ୍ରେୟ ଲଭ ସମୟର ।୯।



Rate this content
Log in

Similar oriya poem from Inspirational