ମହାପ୍ରଭୁ ଜଗନ୍ନାଥ
ମହାପ୍ରଭୁ ଜଗନ୍ନାଥ
ସକାଳୁ ସକାଳୁ ଡାକ ଜଗନ୍ନାଥ
ଜଗତର ନାଥ ସିଏ
ବିଶ୍ବବ୍ରହ୍ମାଣ୍ତ ରେ ଗୋଟିଏ ନାଆଟି
ସବୁଠାରେ ପୂଜା ପାଏ ।
କିଏ କହେ ତାକୁ ଛଳିଆ ବଳିଆ
ଭକତ ଙ୍କ ସେ କାଲିଆ
ସର୍ବ ପାପ ତାପ ରହିଥାଏ ବୋଲି
କୁହନ୍ତି ତାକୁ ମୂଲିଆ ।
ସତରେ ଠାକୁର କିଭାବ ତୋ ଠାରେ
ମତେ କରିଦେ ହଳିଆ
ତୋ ସେବାରେ ନିତି ମାଳା ଜପୁଥିବି
ହେବିନାହି ମୁଁ ହାଲିଆ ।
ମହାନାୟକ ସେ ଏ ଧରା ପୃଷ୍ଠାରେ
କିଏ କହେ ଧନ ମାଳିଆ
ପତିତପାବନ ଉଡେଇ ଫରଫର
ସିଏ ମୟୁର ଚୁଳିଆ ।
କିଏ କହେ ପୁଣି ବଡ କପଟିଆ
ଦୁଃଖ ସମୟେ ମୁଖିଆ
ବଡ ଦଗାଦିଆ ଭାବ ବିନୋଦିଆ
ନୁହେସେ କାହା ହଳିଆ ।
ଯା ମସ୍ତକେ ଅଛି ଦୁନିଆର ଭାର
କିପରି ହେବ ଦାସିଆ
ଯିଏ ଯେ ଭାବରେ ଡାକିଥାଏ ତାକୁ
ସେମିତିକା ହେ ରସିଆ ।
ସବୁଠାରେ ବିଜେ ହୁଅନ୍ତି ଠାକୁରେ
ଆମେ ହିଁ ତାଙ୍କୁ ସେବିବା
ବିପଦ ପୂର୍ବରୁ ନିଶ୍ଚେ ସୁମରିବା
କର୍ମର ଫଳ ପାଇବା ।
ସିଏ ହିଁ ତ ଆଦି ସିଏ ପୁଣି ଅନ୍ତ
ସିଏ ତ ଜଗତ ନାଥ
ହର୍ତ୍ତାକର୍ତ୍ତା ବିଶ୍ବ ବିଧାତା ନାଆଟି
ମହାପ୍ରଭୁ ଜଗନ୍ନାଥ ।
