STORYMIRROR

Prafulla Chandra Mishra

Inspirational

4  

Prafulla Chandra Mishra

Inspirational

ପ୍ରେମ ବନ୍ଧନ

ପ୍ରେମ ବନ୍ଧନ

1 min
352


ତବ ପ୍ରେମ ସ୍ରୋତେ ରସା ରସେ ରସାଣିତ

ତୁମେତ ଜଗତ ପତି ଦୁଃଖୀ ର ସଙ୍ଗାତ,

ପ୍ରେମ ମୟ ମୋ ଠାକୁର;

ଲଂଘିବାକୁ ଦିଅ ଶକ୍ତି ପ୍ରେମର ସାଗର ।।


ଭକ୍ତି ରସ ପ୍ରେମ ଭୋଳେ ହୋଇ ମୁଁ ପାଗଳ

ତୁମ ନାମ ଗାଇ ଗାଇ କରାଅ ଉତ୍ତାଳ,

ହେଉ ଜଗତ ଉଦ୍ଧାର:

ପ୍ରାଣୀଙ୍କ ଆରତ ଶୁଣ ପ୍ରଭୁ ଆଦିମୂଳ ।।


ଭକତ ପ୍ରେମରେ ବନ୍ଧା ହୋଇଅଛ ସ୍ଵାମୀ

ସୁଦାମାର ଖୁଦ ଭୁଜା ଖିଆ ଅନ୍ତର୍ଯ୍ୟାମୀ,

ଦ୍ରୌପଦୀର ମାନ “ରକ୍ଷା;

କାରୀ” ହରି ଦଇତାରି ପାଣ୍ଡବ ଙ୍କ ସଖା ।।


ରାଧା ରାଣୀ ପ୍ରେମ ଭୋଳେ ହେ କୁଞ୍ଜ ବିହାରୀ

ଗୋପରେ ଡେଙ୍ଗୁରା ବାଜେ ତୁମ ନାମ ଧରି,

ବୃନ୍ଦା ରମଣୀ ରମଣ:

ଲବଣୀ ଚୋର ଗୋପରେ କ୍ଷ୍ୟାତ ତୁମ ନାମ ।।


ଭକ୍ତି ପ୍ରେମ ବନ୍ଧନ ରେ ବାନ୍ଧିଲେ ବିଦୁର

ଶାଗ ଭଜା ଖାଇବାକୁ ହୋଇଲ ଆତୁର,

ତୁମେ କୁବୁଜା ପ୍ରେମରେ:

ବାନ୍ଧି ହୋଇଥିଲ ପ୍ରେମ ଭକତି ଭୋଳରେ ।।


ସୀତୟା ମାନସ ହଂସ ପ୍ରଭୁ ରଘୁପତି

ଶବରୀ ପ୍ରେମରେ ପଡି ହରାଇଲ ଜାତି

ଖାଇ ତା ଅଇଁଠା କୋଳି 

ମୁକତି ଦେଇଛ ତାରେ ତୁମେ ବନମାଳୀ ।। 


ଗୁହକ ଶବର ପୁଣି ବାନର ସୁଗ୍ରୀବ

ସଙ୍ଗରେ ମଇତ୍ର ଏହା ତୁମ ପ୍ରେମ ଭାବ,

ଜାତି ଧର୍ମ ଭେଦ ଭୁଲି;

ମାନବ ଧର୍ମ କୁ ଶ୍ରେୟ କଲ ନରହରି ।।


ପ୍ରେମମୟ ପୁରୁଷ ତୁ ତୋ ପ୍ରେମ ବନ୍ଧନ

ଫାସରେ ତୁ ବାନ୍ଧି ରଖି ମୋ ଛାର ଜୀବନ,

ପ୍ରଭୁ ତୋର ପ୍ରେମ ସ୍ରୋତେ;

ଭସାଅ ପରାଣ ମୋର ନେଇ ଦିବ୍ୟ ପଥେ ।।


 




Rate this content
Log in

Similar oriya poem from Inspirational