Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gouranga Charan Beura

Inspirational

4  

Gouranga Charan Beura

Inspirational

ସଂଘର୍ଷର ରକ୍ତତୀର୍ଥ

ସଂଘର୍ଷର ରକ୍ତତୀର୍ଥ

1 min
323



ଶୋଷଣ ହୋଲିରେ    ମାନବ ଭିଜଇ

       ଦଦରା ନାବରେ ବସି,

ମଗର ସାଂକୁଚ      ସାଜିଣ ପିଶାଚ

       ଜଗିଛନ୍ତି ଦିବାନିଶି ।


ଅର୍ଥ ମେରୁଦଣ୍ତ     ଭଂଗା ଦଧି ଭାଣ୍ତ

      ବିବେକ ଖାଉଛି ଚାଟି,

ଭଦ୍ର ମୁଖାତଳେ    ସ୍ୱାର୍ଥ ଦୀପ ଜଳେ

      ସାନ୍ତ୍ୱନାକୁ ଦେଇ ଭେଟି ।


କପଟ ପଶାରେ     ମାପ ତଉଲରେ

      ହୁଏ ଖାଲି କିଣାବିକା,

ଶାଗୁଣା ମୁହଁର     ଶାକାହାରୀ ସ୍ୱର

      ଉଡେ ବିଜୟ ପତାକା ।


ମଦ ମାଂସ ନାରୀ    ଆଭିଜାତ୍ୟ ଶିରି

      କଂସାରି ଘରର ପାରା,

ଘର ଅଛି ଚାଳ      ଗଲାଣି ବଉଳ

     ସଭ୍ୟତା ସଫା ସୁତୁରା ।


ଚକ୍ରବ୍ୟୁହ ଜୁଇ     ରକ୍ତ ମାଂସ ଖାଇ

     ପଲଂକେ ମାରଇ ହାଇ,

ସାଧୁବାଣୀ କହି     ବିଭବ ଚୋରାଇ

     କାନ୍ଦୁ ଆମେ କଇଁକଇଁ ।


ନିର୍ଲଜ ମୁହଁରେ     ଗାଉ ଆଖଡାରେ

     ସାଜି ଖଳ ବିଭୀଷଣ,

ବ୍ୟାସ ସରୋବରେ   ଲୁଚି ନିର୍ଭୟରେ

    ହେଉ କଳି ଦୁର୍ଯ୍ୟୋଧନ ।


ଅଂକ ଦ୍ରବ୍ୟେ ପ୍ରୀତି    ଦେଖି ନିତିନିତି

     ମୋହ ମାୟା ଶିକୁଳିରେ,

କଛପ ସାଜିଛୁ      ବାଲି ଗରଡାରେ

     ଆଭିଜାତ୍ୟ ବନ୍ଧନରେ ।


ନିଆଁଖୁଣ୍ଟା ଦେଇ     ନରମାଂସ ଖାଇ

      ଶ୍ୱାନ ସାଜିଛୁ ଜଗତେ,

କାଳ ବନ୍ଧନରେ    ମୋହ ଜଉଘରେ

      ସପନ ଦେଖୁ ମରତେ ।



Rate this content
Log in

Similar oriya poem from Inspirational