ବନାନୀର ଖେଦ
ବନାନୀର ଖେଦ


ଖେଦେ କହେ ବନାନୀ ମୁଁ
ପ୍ରକୃତିର ରାଣୀ,
ମାନବ ରାକ୍ଷସ ମୋତେ
ପକାଉଛି ହାଣୀ ॥
ସର୍ବଶ୍ୱ ଦେଇ ମୁଁ ଆଜି
ବଂଶ ହରାଉଛି,
ବିଶ୍ୱ ତାପନେ ଧରିତ୍ରୀ
ଘୁମୁରି କାନ୍ଦୁଛି ॥
ଅମ୍ଳଜାନ ବିହୁନରେ
ମରଇ ମାନବ,
ନିଜ ଅଂଗେ ଛେଦୁଅଛି
ପାମର ମାନବ ॥
ଟାଂଗରା ପାହାଡ ନିତ୍ୟ
ସିଝେ ଅଂଶୁ କରେ,
ବନ୍ୟ ଜୀବେ ଆତଂକରେ
ଘୂରେ ସହରରେ ॥
ଉଦ୍ଭିଦଜ ମହାରତ୍ନ
ଆଖିକୁ ସପନ,
ନୀଳ ନୀଳିମାରେ
କାନ୍ଦେ
ପୁନେଇର ଜହ୍ନ ॥
ଶବ ଦାହ ପାଇଁ ନାହିଁ
ଛଅ ଖଣ୍ତି କାଠ,
ଭୂଷୁଡି ପଡିଛି ବନେ
ସାଧକଂକ ମଠ ॥
ମୈାସୁମୀ ବାୟୁ ଲୁଚିଛି
ଅଭିମାନ ପୁରେ,
ହା ହା କାର ଶୁଭୁଅଛି
ରୁକ୍ଷ ଅବନୀରେ ॥
ବିପ୍ଳବ ସଂଘାତ ରିପୁ
ସଜାଇ ସୁନାମୀ
କଳିକାଳ ନାଶିବାକୁ
ଆଖି ଠାରିଲେନି ॥
ଦାରୁ ଦେବତାଂକୁ ସତେ
ଦାରୁ କି ମିଳିବ,
ଅହଂ ମାନବକୁ ଟିକେ
ଉଦ୍ଧାର ଦଇବ ॥