Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gouranga Charan Beura

Romance

4  

Gouranga Charan Beura

Romance

ପ୍ରଣୟିନୀ

ପ୍ରଣୟିନୀ

1 min
339



ମନେ ଶିହରଣ    ତନୁ ଉଦ୍ଦୀପିତ

     ନୟନେ ଚାରୁ ଚନ୍ଦ୍ରମା,

ଭାବର ଆବେଗେ  ଭାବନା ସରଗେ

     କିଏ ତୁମେ ପ୍ରୀୟତମା ॥

ଝରକା ଫାଂକର   ମୃଦୁ ମଳୟରେ

     ଶ୍ରାବଣ ଛିଟ୍ଟାରେ ତୁମେ,

ଭିଜା ଯୈାବନରେ  ଲୁଚକାଳି ଖେଳ 

     ନଡା ଛପରର ଧୂମେ ॥

ଜହ୍ନି ଫୁଲ ହସେ  ସାୟଂ ଅବକାଶେ 

     ଖେଳାଇ ରୂପ କୁନ୍ତିକା,

ଖଦ୍ୟୋତ ଶିଖାରେ ଛାୟା ଶଗଡିରେ

     ପ୍ରେମମୟୀ ବିଭୀଷିକା ॥ 

ଅବୟବେ ନାଚେ  ଷୋଡଶୀ ଫଗୁଣ

      ଗାଉଛି ପ୍ରଣୟ ଗୀତା,

ଉପମା ମାଧୁରୀ    ରଚି ସ୍ୱପ୍ନପୁରୀ 

      ଦିଏ ଅକୁହା ବାରତା ॥

କମଳ ଦେଶର   ରାଜ କୁମାର ସେ

      ତୁମ ପ୍ରୀତିକୁଂଜ ଧନୁ,

ଜଉ ଲଫାପାରେ   ପ୍ରେମ ପରିଭାଷା

      ବୁହାଇ ଦେଇଛ ମନୁ ॥

ମନ ଯୁଦ୍ଧଯାନେ    ବାରୁଦ ଲଗାଇ

      ରଚିଅଛ ମାୟାଜାଲ,

କୋଣାର୍କ ଶିଳାରେ ନଟୀ ସାଜି ତୁମେ

     ପ୍ରେମ ଉଜାଣିରେ ଜାଲ ॥

ଉଆଁସ ର‍ାତ୍ରୀର    ଧୃବତାରା ତୁମେ

      ସରସୀର ପାଟହଂସୀ,

ଉପମା ରାଜ୍ୟର   ପ୍ରେମମୟୀ ର‍ାଧା

     ଉପମେୟ ଗୋ ମ‍ନସୀ ॥


Rate this content
Log in

Similar oriya poem from Romance