ଅଶାନ୍ତ ଇଲାକା
ଅଶାନ୍ତ ଇଲାକା


ଦୁର୍ବିସହ ଆଜି ମାନବ ଇଲାକା
ବିଭିଷିକା ଆସେ ମାଡି,
ବିନା ଅସ୍ତ୍ରେ ହୁଏ ଆଜି ବିଶ୍ୱ ଯୁଦ୍ଧ
ଭୈରବ ଦେଲାଣି ରଡି ।
ଭୂତାଣୁ ଜାଲରେ ମାନବ ସମାଜ
ସୁନାମୀ କରୁଛି ଗ୍ରାସ,
ଜଳ ସ୍ଥଳ ବାୟୁ ସବୁ ପ୍ରଦୂଷିତ
ଜୀବନ ଯାଉଛି ନାଶ ।
ଅହୋରାତ୍ର ଶୁଭେ କରାଳ ଦୁନ୍ଦୁଭି
ମନ୍ଦିରେ ପଡିଛି ତାଲା,
ହୃଦୟ ଫଟାଇ କାନ୍ଦେ ଶତ ପ୍ରାଣ
କାଳ ମାଗଇ ପିଆଲା ।
ସବୁ ବିଦ୍ୟା ବୁଦ୍ଧି ତାଲା ପଡିଲାଣି
ପ୍ରକୃତି କରୁଛି ଖେଳା,
ଉଜୁଡି ପଡଇ ଆଦର୍ଶ ପରାଣ
ବସିଛି ବିପାକ
ମେଳା ।
ଅଂଶୁଘାତେ ଆଜି ଜୀବେ ହୋନ୍ତି ଭାଜି
ହାହାକାର ଏ ଧରଣୀ,
ଅସ୍ଥିର ଇଲାକା ମାଗୁଅଛି ଭିକ୍ଷା
ଶୁଭୁଅଛି କାଳ ଧ୍ୱନି ।
ପରିବାର କେତେ ନିଶ୍ଚିନ୍ନ ହେଲାଣି
ଶମଶାନେ ନାହିଁ ସ୍ଥାନ,
କ୍ରନ୍ଦନ ଭେରିରେ ଫାଟିପଡେ ଦାଣ୍ତ
ଶ୍ୱାନ ହୋଇଛି ମଉନ ।
କାଳ ଶାଗୁଣା କି ପଂଝା ମେଲାଇଛି
ଗ୍ରାସିବ ମାନବ କୁଳ,
କୁଢକୁଢ ଶବେ ଲୁଚିବ ଧରଣୀ
ଶେଷ ହେବ କଳିକାଳ ।
ନିଷ୍ଟୁର ନ ହୁଅ ପ୍ରାଣର ଠାକୁର
ଶଂଖ ଚକ୍ର ଗଦା ଧରି,
ତୁମରି ସନ୍ତାନେ ରଖ ଆସିବାରେ
ଦେଇ ମୃତ୍ୟୁଂଜୟ ଝରି ।