STORYMIRROR

Gouranga Charan Beura

Romance

4  

Gouranga Charan Beura

Romance

ଇନ୍ଦ୍ରାଣୀ

ଇନ୍ଦ୍ରାଣୀ

1 min
265



ରୂପରେ ରଜନୀ    ରାଜ ତରଂଗିଣୀ

     ଭାଷାରେ ଗୁଂଜେ ରାଗିଣୀ,

ମୁଖ ମଣ୍ତଳରେ     ବାଳଇନ୍ଦୁ ଖେଳେ

     ରୂପ ରାଇଜ ରୋଶଣୀ ॥

କେଶ ମହ୍ଲାରରେ     ସାଗର ତରଂଗ

     ଗ୍ରୀବା ମୟୁର ଚନ୍ଦ୍ରିକା,

ଚିବୁକେ ହସଇ       ସୁଢଳ କମଳ

     ମନ ବିରହୀ ରାଧିକା ॥

ନୟନ କୋଣରେ     ବିଶ୍ୱାସର ଢେଉ

      ସାଜିଛ ମୀନ ନୟନା,

ଅଧରେ ନାଚଇ       କମଳ ପାଖୁଡା

      ଭାବନାର ରାଜଜେମା ॥

ଭୃଲତା ନିନ୍ଦଇ      ଦ୍ୱିତୀୟା ଭାନୁରେ

      ଚପଳା ଖେଳେ ତନୁରେ,

କଟିଦେଶେ ତୁମ     ହସେ ପ୍ରୀତି ଦୃମ

     ଯୈାବନେ ଉଜାଣି ମାରେ ॥

ପୀରତି ମଦିରା      ଲହଡି ଭାଂଗଇ

      ସୁଢଳ ତନୁରେ ତୁମ,

ବୁକୁରେ ତୁମର      ପ୍ରେମ ବଇଶାଖୁ

      ନିଶିକୁ କରେ ମଉନ ॥

କଳ୍ପନା ଜଗତ     ରାଜଜେମା ତୁମେ

     ଉପମାର ଚାରୁବାକୀ,

ଉପମା ଜଗତ     ପ୍ରେମକୁଂଜ ରାଧା

     ପ୍ରେମଶାଳାର କେତକୀ ॥


Rate this content
Log in

Similar oriya poem from Romance