STORYMIRROR

Bharatabandhu Biswal

Inspirational Others

4  

Bharatabandhu Biswal

Inspirational Others

ଆସ ହେ ଜାଳିବା ଜାଗର ଦୀପ

ଆସ ହେ ଜାଳିବା ଜାଗର ଦୀପ

1 min
389


ସୁଅର ମୁହଁ ରେ ପତର ସମାନ 

ଅକିଞ୍ଚନ ଅସହାୟ ,

ହେ ଭବ ନାଉରୀ   ତୁମେ ହିଁ ଭରସା 

   ଦୁଃଖୀ କୁ କୁଳେ ଲଗାଅ ,

ଓଁ ନମଃ ଶିବାୟ, ଓଁ ନମଃ ଶିବାୟ, 

    ଓଁ ନମଃ ଶିବାୟ ।


ସର୍ବ ଶକ୍ତିମାନ ପରମ ଈଶ୍ଵର 

ସଦାଶିବ ମହାଦେବ,

ହସ୍ତରେ ତ୍ରିଶୂଳ ଡମ୍ବରୁ ନିନାଦେ

ଓଁକାର ମୂରତି ଶିବ,

ଆଦିମୂଳ ପ୍ରଭୁ  ସୃଷ୍ଟି ର କାରଣ

  ତୁମେ ବିନାଶ ପ୍ରଳୟ ।

ଓଁ ନମଃ ଶିବାୟ


ସତ୍ୟ ସନାତନ ମହେଶ ଯୋଗେଶ

ନୀଳକଣ୍ଠ ପରଂବ୍ରହ୍ମ ,

ଶିରେ ଶୋଭା ପାଏ ଚନ୍ଦ୍ରମା ଜାହ୍ନବୀ

କଣ୍ଠରେ ବାସୁକୀ ନାଗ,

ପ୍ରଭୁ ଜଗଦୀଶ  ଅନାଦି ଅନନ୍ତ

   ଦୁଃଖୀ କୁ ହୁଅ ସହାୟ ।

ଓଁ ନମଃ ଶିବାୟ


ରୋଗ ମହାମାରୀ ପାପତାପ କଷ୍ଟେ

ଜଡ଼ ପିଣ୍ଡ ଏ ବ୍ରହ୍ମାଣ୍ଡ

ପ୍ରଭୁ ଆଶୁତୋଷ ତ୍ରୟମ୍ବକନାଥ

ସଞ୍ଚର ଜୀବନ ପ୍ରାଣ ,

ବୃଷଭ ବାହନେ ବିରାଜ ପ୍ରଭୁ ହେ

  ସୁନ୍ଦର ମଙ୍ଗଳମୟ ।

ଓଁ ନମଃ ଶିବାୟ


ରହି ଉଜାଗର ଆସ ହେ ଜାଳିବା

ଜାଗର ଅଖଣ୍ଡ ଦୀପ

ବାଜୁ ଡିବିଡିବି ଡମ୍ବରୁ ନିନାଦ

ବିରାଜ ପ୍ରଭୁ ମହେଶ

ହେ ଉମାପତି  ଭୋଲା ମହେଶ୍ୱର

   କୃପାକର ଦୟାମୟ ।

ଓଁ ନମଃ ଶିବାୟ


Rate this content
Log in

Similar oriya poem from Inspirational