STORYMIRROR

Panchanan Jena

Inspirational

4  

Panchanan Jena

Inspirational

କହନ୍ତନି ଭାଇ

କହନ୍ତନି ଭାଇ

1 min
409


କୁହନ୍ତନି ଭାଇ

ମୋତେ କିଛି ଖରାପ ଲାଗିଲେ 

ତୁମକୁ ବି ଖରାପ ଲାଗେ କି ନାହିଁ ?


ଯେମିତି

ଆକାଶେ କଳାହାଣ୍ଡିଆ ବାଦଲ 

ତୁଫାନିଆ ପବନ ବଜାଏ ମାଦଲ

ବଜ୍ର ନିନାଦ ଘଡ଼ଘଡ଼ିର ବିଗୁଲ

ବିଜୁଳି ଚମକେ ଚୁନି ବଲ୍ବ ଫୁଲ

ଟୋପାଏ ବି ନ ବର୍ଷି ଫେରାର୍ ଗୁଲ୍ ।


କୁହନ୍ତନି ଭାଇ

ତୁମକୁ କେମିତି ଲାଗିଲା

ମୋତେ କିନ୍ତୁ ବହୁତ ଖରାପ ଲାଗିଲା

ରାଗରେ ଗରଗର ହେଇ

ବହେ ସୁଧି ସାରିଲିଣି ମୁହିଁ ।

ଯଦି ନ ବରଷିବ

ଏତେ ପ୍ରହସନ କିସ ପାଇଁ

ଏତେ ଉତ୍ତମ ମଧ୍ୟମ କରୁଛ କାହିଁ ?


-ଯେମିତି

ବିହନ କିଣିଥିବ ବ୍ଳକ୍ ରୁ ମେଞ୍ଚେ ପଇସା ଦେଇ

ସାର ଔଷଧ କଳ ଲଙ୍ଗଳ ଖର୍ଚ୍ଚ

ଖାଲି ଗାନ୍ଧୀ ମାର୍କା ଥୋଇ

ଦେହ ମେହନତକୁ ପଚାରୁଛି କିଏ

 ପେଟ ପୁରିଯାଏ ଲହ ଲହକା

ସବୁଜ ଧାନକ୍ଷେତ ଥେଇ ଥେଇ

ମାତ୍ର ମାସ ଚାରି ପୁରିଲାଣି

ଧାନକେଣ୍ଡାର ଦର୍ଶନ ନାହିଁ

ଥୋଡ ପତର ଫୁଲିନାହିଁ ଖାଇ ।


ଯେମିତି 

ଗାଁ ସାରା ଲୋକ ହାଉଯାଉ

ଘରକୁ ଘର ଲାଗିଥିବ

ଡିହ କୁ ଡିହ ଭିଡ଼ିଥିବ

ବିପଦ ଆପଦରେ ସାହାର୍ଯ୍ୟ କଥା ଛାଡ଼

ଆନନ୍ଦ ଉତ୍ସବରେ ବି ତାଳି ମାରିବାକୁ

ପାଖରେ ନ ଥିବେ ଆପଣାର କେହି ।

କୁହନ୍ତନି ଭାଇ ।

 

ଯେମିତି

ଫୁଲ ଗଛ ଛନଛନିଆ କନକନିଆ

କଢ଼ ବି ଆସୁନି କେବେ

ଫଳ ଗଛ ଲମ୍ବା ଚଉଡା ହର ରଙ୍ଗିଆ

କଷି ଝଡି ପଡୁଛି ଆଗେ

କଦଳୀ ଗଛରେ ବିରାଟ କାନ୍ଧି

କାଟି ନେଇ ଗଲା ବନ୍ଧୁ ଦରଦୀ

ପରିବା ବାଡିରୁ ଲାଉ କଖାରୁ

ଚୋରି ହୋଇଗଲେ ରାଗ ଚୌହଦୀ-

କହିବ କି ଭାଇ ?


ଜୀବନ ଥିବ କରୁଣା ଉଭାନ

ବେଦନାଶିକ୍ତ ପାଇଁ 

ଆଖି ଥିବ ସପନ ଉଭାନ

ଆଶାର ମୀନାର ଛୁଇଁ

ମନ ଥିବ ମନର ମଣିଷ ଉଦ୍ଭାନ

ସମୟ ନଉକା ଡେଉଁ

ଶରୀର ଥିବ ଆତ୍ମା ଉଭାନ

ଦାନ ଦକ୍ଷିଣା ପାଇଁ


କୁହନ୍ତ କି ଭାଇ ?

ମୋତେ ଟିକିଏ ଖୁସି ଲାଗନ୍ତା 

ଜାଣନ୍ତି ମୁଁହି

ଭାବନା ମିଶୁଛି ଆମର

ଚିନ୍ତା ଚେତନାରେ ତାଳମେଳ 

ନାଚି ଯାନ୍ତି ଥାକୁଲ ଥେଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational