Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ବାରମାସ ଛଅୠତୁ କଥା

ବାରମାସ ଛଅୠତୁ କଥା

1 min
344


  

ବଇଶାଖ ଜ୍ୟେଷ୍ଠ ଗ୍ରୀଷମର କଷ୍ଟ,

     ଆଷାଢ଼ ଶ୍ରାବଣେ ମେଘ l

ଭାଦ୍ରବ ଆଶ୍ୱିନେ ଶରତର ଶୋଭା

    ମେଘ ପଳାଇଲା ବେଗ ll

ହେମନ୍ତେ କଟଇ କାର୍ତ୍ତିକ କାକରେ

       ଶିଶିରରେ ମାର୍ଗଶୀର l

ସର୍ଷପ କୁସୁମେ ମନୋରମ ଧରା

      ପୂଜା ପଦ୍ମାଳୟାଙ୍କର ll

ଆସେ ପୁଷ ମାସ କୃଷକ ହରଷ

    ଖଳାରେ ବିତିଲା ରାତ୍ରୀ l

ମାଘ ବାଘ ଜାଡ଼ ଦାନ୍ତ ବାଜେ ଖଡ଼

    ପୂଜା ମାଆ ବିଦ୍ୟାଦାତ୍ରୀ ll

ଫଗୁଣ ଚଇତ୍ର ବସନ୍ତେ ମଳୟ

    ବାୟୁ ବହେ ମନ୍ଦ ମନ୍ଦ l

କୋକିଳ କୁଜନେ ମୁଖରିତ ଧରା

  ବିମାନେ ଦୋଳଗୋବିନ୍ଦ ll

ବରଷକେ ବାରମାସ ଛଅୠତୁ

   ସଂକ୍ଷେପେ କହିଲି ଭାଇ l

ସରଜନା ସିନା ବିଶ୍ୱ ବିନ୍ଧାଣିଙ୍କ

  ଦୋଷ ମୋ ଧରିବ ନାହିଁ ll

            


Rate this content
Log in

Similar oriya poem from Inspirational