Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Inspirational Others

4  

Arjuni charan Behera

Inspirational Others

ପତ୍ରବନ୍ଧୁ

ପତ୍ରବନ୍ଧୁ

1 min
347


        

ଜୟ ଢାକେଶ୍ଵରୀ କି ଶୁଭ ଲଗନେ

       ଆଜ ରାତି ପାହିଥିଲା l

ପତର ତୁମ୍ଭର ପତର ବନ୍ଧୁ ହେ

       ପତ୍ରବନ୍ଧୁ ଦେଇଗଲା ll

କାହୁଁ ଉଡ଼ିଆସି ଚାଳ ପରେ ବସି

    ଡାମରା ଡାକିଲା କାଆ l

ବାରତା କି ହାକି କହୁଥିଲା ଡାକି

    ଢାକାରୁ ବହିଲା ବାଆ ll

ସୁଗୋଲ ସୁଠାମ ଅକ୍ଷର ତୁମ୍ଭର

    ମଧୁବୋଳା ତୁମ ଭାଷା l

ତୁମ୍ଭେ ପରା ମଧୁ ମୋର ପତ୍ରବନ୍ଧୁ

     ଷାଠିଏ ବରଷ ଖାସା ll

କାହିଁ କେତେଦୂର ବଙ୍ଗଳା ନଗର

     ଢାକାଠାରେ ତୁମ ଠାବ l

ଭେଟ ହୋଇନାହିଁ କେବେ ଦିନେ ଭାଇ

      ପତ୍ରରେ ରହିଛି ଭାବ ll

ବାଂଲା ଯୁଦ୍ଧକାଳେ ଦୁହେଁ ବନ୍ଧୁ ହେଲେ

     ପତ୍ରେ ଭାବ ବିନିମୟ l

ଯୁବା ବୟସରୁ ଉପନୀତ ହେଲେ

     ଏବେ ବନ୍ଧୁ ବୃଦ୍ଧବୟଃ ll

ମନେ ଥିଲା ବ୍ୟଥା ଶୁଣି ତୁମ କଥା

       ତୁଟିଲା ସକଳ ଭ୍ରାନ୍ତି l

ପତ୍ରରୁ ଜାଣିଲି ଆନନ୍ଦିତ ହେଲି

      ଶୁଭେ ବନ୍ଧୁ ରହିଛନ୍ତି ll

ପୁତ୍ର ପୌତ୍ର ପୁତ୍ରୀ କୁଶଳେ ଅଛନ୍ତି

     କୁଶଳେ ଛନ୍ତି ବାନ୍ଧବୀ l

କୁଶଳରେ ମଧୁ ଥିବ ଆଶା ବନ୍ଧୁ

     ନିଶ୍ଚୟ ବାନ୍ଧବୀ ଛବି ll

ଉତ୍ତର ଲେଖିଲି ପତରେ ତୁମ୍ଭର

     ପତ୍ର ପାଇ ପତ୍ର ଦେବ l

କୁଶଳରେ ଥାଇ କୁଶଳ ଜଣାଏ

      କୁଶଳୀଙ୍କୁ ଜଣାଇବ ll

ଈଶ୍ୱରେ କରନ୍ତୁ ଆଜ ନାହିଁ କାଲି

    ଦେଖା ଆମ୍ଭ ଶୀଘ୍ର ହେଉ l

ପତରେ ପତରେ ବନ୍ଧୁତା ଆମର

     ଜନ୍ମ ଜନ୍ମାନ୍ତରେ ଥାଉ ll

             


Rate this content
Log in

Similar oriya poem from Inspirational