ମା ଓ ମମତା
ମା ଓ ମମତା
ମାଆଟି ମୋରକେଡେ ନିଜର,
ତା'ପରିନାହିଁକେହି,
ତାଠହାରିକୋଳ ସରଗ ମୋର,
ତା' ସରିକିଛିନାହିଁ ।
ଅଝଟହୋଇ ଯେବେକା,
ଭୂଇଁରେ ଯାଏଗଡି,
କାନିପଣତେ ମୋ' ଧୂଳିଝାଡି,
ବୁକୁରେ ଧରେ ଜାବୁଡି ।
ଖୁଆଏମୋତେ, ଆଦରେ କେତେ,
ସର ଲବଣୀ ଯେତେ,
ଗଲେ ମୁଁ ଋଷି ମୁଣ୍ଡ ଆଉଁସି,
କରେଯେ ଗେଲକେତେ ।
କେତେକଣ୍ଢେଇ, ମୁଣ୍ଡହଲାଇ,
ମୋ' ପାଖେନାଚୁଥାନ୍ତି,
ମୂଷି ଓ ପୂଷି,ବାଘବିଲେଇ,
ତା' ସାଥେ ହନୁ ବୁଢାଟି ।
ରୋଗରେଯେବେ ,ପଡେମୁଁ କେବେ,
ମାଆ' ମୋକାନ୍ଦି ଗଡେ,
ଭୋକରେ ରହି ରାତି ନ,ଶୋଇ,
କେତେ ଠାକୁର ଡାକେ ।
ସଞ୍ଜପହରେ ଜହ୍ନ ଉଇଁଲେ ,
ଡାକେମାଆ, ହାତଠାରି ,
ଆ ଶୋଇବୁ ମୋ ପୁଅକୋଳେ,
ଦେବି ମୁଁପିଠାକ୍ଷିରି ।
ମାଆ,ମୋହର ପ୍ରଥମଗୁରୁ,
ଶିଖାଏ ଭଲକଥା,
ଭଲମଣିଷ,ହେବୁମୋଧନ!,
ଟେକ ରଖିବୁ ସଦା ।
ମାଆପାଦରେ ନୁଆଇଁ ମଥା,
କୋଟିପ୍ରଣତି ଢାଳେ,
ମାନିବି ତା'ର ସକଳବୋଲ,
ଏ, ଜୀବଥିବା ଯାଏ ।
