STORYMIRROR

Binodini Dash

Inspirational

3  

Binodini Dash

Inspirational

ପିଲାଳିଆମୀ

ପିଲାଳିଆମୀ

1 min
171


ପିଳାଏ କରନ୍ତି ଯାବତୀୟ ଭୁଲ୍

ତାଙ୍କ ପିଲାଳିଆମୀରେ

ବଡ଼ମାନେ ତାହା ସହି ନେଇଥାନ୍ତି

ତାଙ୍କ ସହିଷ୍ଣୁ ଗୁଣରେ ।


ମଧୁର ବଚନେ ଆକଟ କରିଣ

ନିତି ଭରନ୍ତି ସଂସ୍କାର 

ଧୀରେ ଧୀରେ ବୁଝି ପିଲେ ସଂଶୋଧନ

ଜୀବନ ଉନ୍ନତତର ।


ବୟସାଧିକରେ ପ୍ରକାଶନ୍ତି ମଧ୍ୟ

ପିଲାଳିଆମୀ ମଣିଷ

ବୁଝାଇସୁଝାଇ ଅତି ଯତନରେ

ତାଙ୍କୁ ଭରନ୍ତି ହରଷ ।


ଯୁବକ ଯଦି ଏ ଢ଼ଙ୍ଗ ପ୍ରକାଶଇ

କହୁ ବି ପିଲାଳିଆମୀ

ଯେହେତୁ ପରିପକ୍ବ ମାନସିକତା

ତାଙ୍କଠାରେ ଥାଏ କମି ।


ଏ ଗୁଣ ପ୍ରକାଶି କାହା ମନେ କେତେ

କଷ୍ଟ ଦେଇଥାଏ ସିଏ

ତାହା ନଜାଣଇ ତା' ଅବୋଧ ମନ

ଚେଷ୍ଟା ବି କରି ନଥାଏ ।


କେବେକେବେ ପୁଣି ସେନେହ ପ୍ରେମର

ମିଠା କଥାରେ ଭୁଲାଇ

ଆତ୍ମୀୟଙ୍କ ବଶ ପାଇଁ ଏ ମଣିଷ

ଚପଳ ମତି ସାଜଇ ।





Rate this content
Log in

Similar oriya poem from Inspirational