STORYMIRROR

Jyostna mishra

Inspirational

3  

Jyostna mishra

Inspirational

ସୁପର୍ ପାଓ୍ବାର

ସୁପର୍ ପାଓ୍ବାର

1 min
190


ବାପାଙ୍କ ର କଥା ମାନିବାକୁ ହୁଏ

ଦୁଷ୍ଟାମୀ କଥା ପଛରେ,

ବୋଉ ହାତେ ଅଛି "ସୁପର୍ ପାଓ୍ବାର"

ନକର ଊଣା ମନରେ ।


ସକାଳୁ ଉଠିଲେ ପାହାନ୍ତି ପହରୁ

ବାପାଙ୍କର ଗାଳି ଗର୍ଜ୍ଜନ,

ଖଟରୁ ଭିଡନ୍ତି ଚାଲିବାକୁ ଡାକି

ନଥାଏ ଯିବାକୁ ମନ ।


ଭଲ କରି ଟିକେ ଜଳଖିଆ ଖାଇ

ମୋବାଇଲ୍ ଧରେ ଯେବେ,

କାନ ଦି'ଟା ଆଉ ଗାଲଟାରୁ ଫାଳେ

ପଡିଯାଏ ନାଲି ତେବେ।


ବୋଉ ଠାରେ ଥାଏ "ସୁପର ପାଓ୍ବାର"

ଅଣ୍ଟା ରେ ଲୁଗାଟା ଖୋସି

ମୋ ପାଇଁ ସେ ପରା ବାପାଙ୍କ ସାଥିରେ 

କଳିକରେ ଧାଇଁ ଆସି ।


ନାରୀ ଯହିଁ ହୁଏ "ସୁପର ପାଓ୍ବାର"

ଘର ଲୋକଙ୍କର ଭାଗ୍ୟ,

ହସ ଭରିଦେଲେ ନାରୀଙ୍କ ମୁହଁ ରେ

ଢାଳି ଦେବେ ସେ ହୃଦୟ ।


ବୋଉର ଗେହ୍ଲା ମୁଁ ରାଗିଯାଏ ସିଏ

ବାପାଙ୍କ ଠୁ ରକ୍ଷା କରେ,

ଘର ଭିତର ଟା ସ୍ତବ୍ଧ ହୋଇଯାଏ

ବୋଉ ଯେବେ ପାଟି ଖୋଲେ ।


ପିଲାଙ୍କ ର ପୁଣି ଅଝଟିଆ କଥା

ବାପା ସହିବାକୁ ଚାହେଁ,

ବୁଝେଇ ସୁଝେଇ ପିଲାଙ୍କୁ ନମାରି

ଗେହ୍ଲା କରିବାକୁ କୁହେ ।


ଜେଜେବାପା ଆଉ ଜେଜେମାଆ କଳି

ବୋଉ ସମାଧାନ କରେ,

ଖାଲି ଟିକେ ପାନ ଚା ଦେଇଦେଲେ

ତାଙ୍କର କଳିଟା ସରେ ।


ଘରେ ଯେବେ କିଛି ଅସୁବିଧା ଆସେ

ବାପା ତ ପକାନ୍ତି ହୁରି,

ବୋଉ ଖାଲି କୁହେ କିମ୍ପା ଛାଡ଼ ରଡ଼ି 

ଭାବ ଟିକେ ଧୀରେ କରି ।


ସବୁକିଛି ବାଧା ନିଶ୍ଚେ ହେବ ଅଧା

ଜମା କରନାହିଁ ଭୟ,

ସମୟ ଆସିଲେ ଘୁଞ୍ଚି ଯିବ ବିଘ୍ନ 

ନକର କେବେ ସଂଶୟ ।


ବୋଉ ପାଖେ ଡର ନଥାଏ କାହାର

ବାପାଙ୍କୁ ଲାଗଇ ଡର,

ଆମେସବୁ ଚାହୁଁ ବୋଉକଥା ରହୁ

ବୋଉ ଯେ "ସୁପର ପାଓ୍ବାର" ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational