Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational

3  

Binodini Dash

Inspirational

ଭଲ ମନଟିଏ

ଭଲ ମନଟିଏ

1 min
179



ଭଲ ମନଟିଏ ସବୁଠି

ଚଳେ ଖାପଖୁଆଇ 

ସମ ବିଷମ ଅବସ୍ଥାରେ

ମତି ସମ ରଖଇ ।


ପରକୁ ଆପଣା ମଣଇ

ନଥାଏ ଅହଂକାର

ନିରିମଳ ସ୍ନେହ ମମତା

ଭରିଥାଏ ଅନ୍ତର ।


ମିଠା କଥା ସଦା ତୁଣ୍ଡରୁ

ତା'ର ଝରି ପଡ଼ଇ

ଜଟିଳ ନୁହଁଇ ସରଳ

ମୁଖଭଙ୍ଗୀ କହଇ ।


ଆନ ସୁଖଦୁଃଖ ବୁଝଇ

ତା'ର ପାରିଲାପଣ

ହସ ଉକୁଟାଏ ମୁଖରେ

ହରି ନେଇ କଷଣ ।


ସଭିଙ୍କୁ ଆଦର କରି ସେ

ନିଜେ ଲଭେ ଆଦର

ରହଇ ସକଳ ହୃଦୟେ

ସିଏ କରିକି ଘର ।


ଦୟା କ୍ଷମା ତା'ର ହୃଦୟେ

ସଦା ବିରାଜି ଥାଇ

ପରଶ୍ରୀକାତର ଈର୍ଷାକୁ

ମନୁ ଥାଏ ଦୂରେଇ ।


ସତ୍ୟ ଧର୍ମ ନ୍ୟାୟ ପଥରେ

ନିତି ଚାଲଇ ବାଟ

କେବେ କେଉଁ ମନ୍ଦ ଚିନ୍ତାରେ

ନ ହୁଅଇ ଉଚ୍ଚାଟ ।


ନିଜ ଭୁଲ୍ ତ୍ରୁଟି ସମୀକ୍ଷା

କରି ପ୍ରତି ମୁହୂର୍ତ୍ତ

ନିଜକୁ ସୁଧାରି ପାରଇ

ଦେଇ ସତ୍ୟର ସାଥ ।


ଚିନ୍ତା ଚେତନାକୁ ଖଟାଏ

ସମାଜର ମଙ୍ଗଳେ

ଈଶ୍ବର ଚିନ୍ତନେ ରହିଣ

ଶୁଭାଶିଷକୁ ତୋଳେ ।


ସଭିଙ୍କ ସୁଖରେ ନିଜର

ସୁଖ ଲୁଚିଛି ବୋଲି

ଏକଥାଟି କେବେ ମନରୁ

ସିଏ ନଥାଏ ଭୁଲି ।


ହସଖୁସି ବାଣ୍ଟି ଆନକୁ

ଆତ୍ମତୃପତି ଲଭି

ଭଲ ମନ ଧରି ସଂସାରେ

ଥାଏ ବିଭୁଙ୍କୁ ସେବି ।





Rate this content
Log in

Similar oriya poem from Inspirational