STORYMIRROR

Jyotsna Acharya

Inspirational

3  

Jyotsna Acharya

Inspirational

ଶକ୍ତିର ପ୍ରତୀକ

ଶକ୍ତିର ପ୍ରତୀକ

1 min
166

ଆତ୍ମବିଶ୍ୱାସର

ମାପକାଠି

ମଣିଷର କର୍ମ ଧର୍ମ 

ତ ପୁଣି ଇଶ୍ୱର ବିଶ୍ୱାସ

ଗଢି ତୋଳେ ନିଜ ଭିତରେ ଗନ୍ଧମାର୍ଦ୍ଦନ।

ଦୃଢତ୍ୱର ପ୍ରତିଶୃତି

ନିଜକୁ ଦେଇ ଚାଲେ

ନୈତିକତା ଧୈର୍ଯ୍ୟ ନିଷ୍ଠା

ଜୀବନକୁ ଆଉ 

ଏକ ପାହାଚ ଚ଼ଢିବାକୁ।

ସାହାସର ପଦକ୍ଷେପ

ଖଣ୍ଡିଆଭୂତ ଘୁର୍ଣ୍ଣିଝଡ

ତା ଆଖି କାନ ନାକକୁ

ଆହୁରି ଶକ୍ତ କରି ଦିଏ।

ଭକ୍ତି ଶକ୍ତିର ମାର୍ଗ ଦର୍ଶନ

ଭରିଦିଏ ଆତ୍ମାକୁ 

ଆତ୍ମକେନ୍ଦ୍ରିତର ସ୍ୱ-ପଥରେ।

ଉତ୍ସାହ ଆହୁଲା ଖୁସି 

ନିଜିସ୍ୱ ଢଙ୍ଗରେ ଭରିଦିଏ ଶକ୍ତି 

କେବେ ନୁତନତ୍ୱର ଶିକ୍ଷା

ଜୀବନ ଚର୍ଯ୍ୟା ଶକ୍ତିଟିଏ ତ

କେବେ ସଂସ୍କୃତି ଐତିହ୍ୟ ଆମର

ଅମାପ ଶକ୍ତିର ପ୍ରତୀକ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational