STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ସୁପର ପାୱାର୍

ସୁପର ପାୱାର୍

1 min
175


ଅଗ୍ରସର ଆଜି ପବିତ୍ର ଭାରତ 

ଅମୃତ କାଳରେ ଯହିଁ 

   ବିଶ୍ୱଗୁରୁ ପରି ଆଦର ଦେଶର

    ପଟାନ୍ତର ତାର କାହିଁ।


ଦେଶର ସଂସ୍କୃତି ଗୁଞ୍ଜୁଛି ବିଶ୍ୱରେ 

କୃଷ୍ଣ ରାମ ଭୂମି ପରା 

   ମୁନି ଋଷି ଭୂମି ଦାରୁବ୍ରହ୍ମ ଯହିଁ

    ଧର୍ମ ଜ୍ଞାନ ଦିଏ ସାରା।


ମନ୍ତ୍ର ଅହିଂସାର ଶିକ୍ଷା ଦିଏ ବିଶ୍ୱେ 

ଅହିଂସା ମନୁଷ୍ୟ ଧର୍ମ 

   ଯୁଦ୍ଧେ ନାହିଁ ଭାଇ ସମାଧାନ କିଛି

    ଜନତା କଲ୍ୟାଣେ ଧର୍ମ।


ସବୁ କ୍ଷେତ୍ର ଆଜି ପ୍ରଗତି ରାଷ୍ଟ୍ରର 

ଆବିଷ୍କାର ନୂଆ ନୂଆ 

   ଶକ୍ତିଶାଳୀ ସେନା ନୂଆ ଅସ୍ତ୍ର ଶସ୍ତ୍ର

    ନିର୍ମିତ ରାଷ୍ଟ୍ରରେ ନୂଆ।


ଚିକିତ୍ସା କ୍ଷେତ୍ରରେ ଟିକାର ନିର୍ମାଣ 

କରୋନା ଟିକାଟି ଭାଇ 

   ସମାପ୍ତ କରିଲା କରୋନା ରୋଗକୁ

    ସୁପର ପାୱାର୍ ଭାଇ।


 ଅର୍ଥନୀତି ଯାର ଜନତା କଲ୍ୟାଣେ 

ଡିଜିଟାଲ କାରବାର 

   ଶୀର୍ଷରେ ରହିଛି ଜିଡିପି ଯାହାର

    ଏହୁତ ରାଷ୍ଟ୍ର ଆମର।


ଜନତା କଲ୍ୟାଣ ସର୍ବୋପରି ଏଠି 

ବିଶ୍ୱ ଏକ ପରିବାର 

  ବନ୍ଧୁତର ଭାବ ବିଶ୍ୱ ରାଷ୍ଟ୍ର ସଙ୍ଗେ

    ନାହିଁ ପଟାନ୍ତର ତାର।


ରାଷ୍ଟ୍ରର ପତାକା ସମ୍ମାନ ବିଶ୍ୱରେ 

ଗୌରବ କରେଟି ଯହିଁ

  ଭାରତବାସୀଙ୍କ ଆଦର ବିଶ୍ୱରେ

    ଭାରତ ସଂସ୍କୃତି ତହିଁ।


କୃଷ୍ଣରାମ ନାମ ଗୁଞ୍ଜେ ବିଶ୍ୱସାରା 

ବିଦେଶୀ ବି ଅନୁଯାୟୀ 

  ମୁଖୁ ତାଙ୍କ ଗୁଞ୍ଜେ ହରେ କୃଷ୍ଣ ରାମ

    ହୋଇଛନ୍ତି ଅନୁଯାୟୀ।


ଏହୁ ପରା ଅଟେ ସୁପର ପାୱାର୍ 

ବିଶ୍ୱର ରାଷ୍ଟ୍ରେ ନଜର 

  ଭାରତର କଥା ମହାମନ୍ତ୍ର ଏବେ

    ଗ୍ରହଣ ହୁଏ ତାହାର।


ରାମରାଜ୍ୟ ପରି ଶାସନ ରାଷ୍ଟ୍ରର 

ନାହିଁ କିଛି ଭେଦଭାବ

  ସୁବିଧା ମିଳୁଛି ଡିଜିଟାଲ ଦ୍ୱାରା

    ନାହିଁ ଭ୍ରଷ୍ଟାଚାର ଭାବ।


ପବିତ୍ର ଭାରତ ସୁପର ପାୱାର୍ 

ଗର୍ବିତ କରୁଛି ଅତି 

  ସ୍ୱପ୍ନ ବିଶ୍ୱଗୁରୁ ସାକାର ହେଉଛି

   ଖୁସିରେ ଜନତା ନିତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational