STORYMIRROR

Debashis Pati

Inspirational

3  

Debashis Pati

Inspirational

ନୀରବତା ଏକ ଆହ୍ୱାନ

ନୀରବତା ଏକ ଆହ୍ୱାନ

1 min
168

କାକଳୀର କଳରବରେ ହସୁଛି ବନାନୀ

ଆକାଶ,ଜହ୍ନ,ତାରାବି ବେଶ ଉଚ୍ଚାଟିତ

ଏଇ ସ୍ୱରସହ ପରିଚିତ ଆକାଶ ଯେମିତି

ପ୍ରତୀକ୍ଷିତ ଗୋଧୂଳି ଲଗ୍ନର ଛୁଆଁଟି ଟିକେ ଲାଗି

ପ୍ରଶସ୍ଥ ସରହଦ ରେ ଖାଲି ଯାହା ଶୁଭୁଛି

ନିରବତାର ପ୍ରତିଧ୍ବନି।


ସଂଜପରେ ରାତିର ଛାତିରେ ଅନେକ ସ୍ୱପ୍ନ

କଡ଼ ଲେଉଟାଇ ମାପୁଛନ୍ତି ସ୍ୱପ୍ନର ପରିଧି

ନୂତନ ଆଗନ୍ତୁକ ପରି ଅଚିହ୍ନା ଲାଗୁଛି ଏଇ

ରାତ୍ରିର ପ୍ରତ୍ୟେକଟି ମୁହୂର୍ତ୍ତର ଅନ୍ଧାରି ପୃଷ୍ଠା

ଅନେକ ଆଶା ଓ ନିରାଶା ଭିତରେ ରାତ୍ରୀ

ଆତ୍ମଗୋପନ କରି ଗଣୁଛି ତମାମ ଆୟୁଷ।


କେଇ ଘଡ଼ି ବାକି ଆଉ ଏକ ନୂତନ ନୀରବତା ଲାଗି

ନିରବ ପ୍ରଶ୍ନବାଚୀ ଭିତରେ ଆକାଶ ଗଣିବ

ପୁଣି ସୂର୍ଯ୍ୟଦୋୟର କୋମଳ ପଂକ୍ତି,

କାକଳି ଗାଇବ ନବ ରାଗିଣୀ,ଧରାପୃଷ୍ଠ ପୁଣି

ଉଲ୍ଲସିତ ହେବ ଉଜ୍ଜ୍ୱଳତାର ହର୍ଷ ଉଲ୍ଲାସରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational