STORYMIRROR

Jyostna mishra

Inspirational

3  

Jyostna mishra

Inspirational

ସାମ୍ରାଜ୍ୟ

ସାମ୍ରାଜ୍ୟ

1 min
125


ଏବେବି ଶୀତେଇ ଦେହ ଉଠେ

ବ୍ରିଟିଶ ସାମ୍ରାଜ୍ୟର

ଆଖିଦେଖା କଥା

ରହି ରହି ଯେବେ ମନେପଡେ।

ଅମାନୁଷିକ ବର୍ବୋରୋଚିତ

ଅତ୍ୟାଚାର ଯାହା କରୁଥିଲେ

ନିଷ୍ଠୁରତା ସୀମା ଟପିଯାଉଥିଲା

କଳାପାଣି ଦୁଃଖ ଘାରୁଥିଲା

କେତେ ଦୁଃଖ ସହିବାକୁ ହେଲା

ଭାରତବାସୀଙ୍କୁ ଦୁଃଖ ଜୀବନ

ସହିବାକୁ ସତେ ଲେଖାଥିଲା ।।

ମନେପଡେ ପୁଣି ନିଷ୍ଠାପ

ଆମ ଜନତାଙ୍କ ଆତ୍ମବଳୀ

ଆଉ ଜାଲିଅନ-ୱାଲା-ବାଗ

ନିରସ୍ତ୍ର ଜନତା ପଡୁଥିଲେ ଆହା ଟଳି

ଗୁଳି ରେ ମୃତ୍ୟୁ ଲଭୁଥିଲେ,ପୁଣି

କୂଅରେ ଝାସ ଦେଉଥିଲେ

ଚିତ୍କାର ଖାଲି ଶୁଭୁଥିଲା

ବୈଶାଖୀ ପର୍ବ ନରସଂହାର ର ନାମ ନେଲା

ଆମ ଦେଶ ମାଟି ଶ୍ମଶାନ ପାଲଟି

ରକ୍ତର ହୋଲି ଖେଳିଥିଲା ।।

ବ୍ରିଟିଶ ସାମ୍ରାଜ୍ୟ ହସୁଥିଲା

ଭବିଷ୍ୟତର ସ୍ବପ୍ନରେ ଭାସୁଥିଲା

ନବ ଏକ ଦେଶ

ଗଠିତ ହେବାକୁ ଷଡଯନ୍ତ୍ର ପରେ

 ହତ୍ୟା କରିବାକୁ ମଣିଥିଲା ।।

ବିଦେଶୀ ଆମକୁ ଆମରି ମାଟିରେ

କବଳିତ କଲେ,ହିଂସା ର ପଥ ବାଛି

ସବୁ ସୀମା ଯାହା ଟପିଗଲେ

ଦୁଃଖ ଲାଗେ ଆଜି ଭାବି

ଭାରତ ବାସୀଙ୍କୁ କେହିଯାଇନାହିଁ ଟପି ।

ଅଟକି ଯାଇନି ଦେଶଭକ୍ତ

ଆଜି ମଧ୍ୟସେଠି ବୁଲିଆସ

କ୍ରନ୍ଦନ ରୋଳ ଶୁଭୁଛି କହିବ

ସଂଗ୍ରାମ କେତେ କରିଛି

ରକ୍ତର ଛିଟା ବିଳପୁଛି

ମାନସ ଚକ୍ଷୁ ରେ ଏବେବି ଦେଖିଲେ

ବୁଝି ହୁଏ ଆଜି କେତେ ନିର୍ଦ୍ଦୟର ସୀମା

ଟପି ଯେ ନଥିଲେ ସେ ବିଦେଶୀ ।।

ତଥାପି ଇତିହାସ ପୃଷ୍ଠା ଖୋଲେ

ଭାଙ୍ଗି ନଥିଲେ ଏ ଦେଶଭକ୍ତ ଗଣ

ଭାଙ୍ଗି ଗଲା ହାଡ

ହେଲା ଗୁଳିମାଡ

ପ୍ରବଳ ଯେହେଲା ଲାଠିମାଡ

କଷ୍ଟ ସେ ଥିଲା କଳାପାଣି ନିର୍ବାସନ ।

ଉତ୍ସାହ,ଉଦ୍ଦୀପନା ସ୍ବତଃପ୍ରତଃ

ଭାବେ ବଢିଗଲା

ବିଦେଶୀ ସାମ୍ରାଜ୍ୟ

ବିରୁଦ୍ଧରେ ଯେବେ ସ୍ବଦେଶୀ ମନ୍ତ୍ର

ଗୁଞ୍ଜୁରିଲା ।।

ଏକାଠି ହୋଇଲେ ଜନଗଣ,

ଭୁଷୁଡି ପଡିଲା ତାଙ୍କ ସାମ୍ରାଜ୍ୟ

ଏଇ ଥିଲା ଆମ ସମ୍ମାନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational