ସୁନେଲି କ୍ଷେତ
ସୁନେଲି କ୍ଷେତ
ଶୀତ ପ୍ରବେଶିଲେ' ଆମ ଅବନୀରେ'
ହସଇ ସୁନେଲି କ୍ଷେତ'
ଆହା ! କି ସୁନ୍ଦର' ତା' ରୂପମାଧୁରୀ'
ଦରଶନେ ପୂରେ ହୃଦ'
ସତେ କି କ୍ଷିତି' ଯେ'
ଟାଣି ହଳଦୀ ଓଢଣୀ'
ବାଆ ସାଥେ ଝୁଲି' ହସି ଖିଲିଖିଲି'
ଦିଅଇ ଅଭୟ ବୁଣି' ।
ହିଡ଼ ମୁଣ୍ଡେ ଉଭା' ଦେଖି ସେହି ଶୋଭା'
ଚଷା ପୁଅ ଉତ୍ଫୁଲ୍ଲିତ'
ମନଟି ତାହାର' ନାଚଇ ହରଷେ'
ସୁର ତୋଳି ଗାଏ ଗୀତ'
ଖଳା ତୟାର' ଯେ'
ଗଦା ବସାଇବା ପାଇଁ'
କାଟି ପକ୍ବଧାନ' ଅତ୍ୟନ୍ତ ଯତନ'
ଆଣେ ଭାରରେ ବୁହାଇ' ।
ସୁନାଠାରୁ ବଳି' ସମ୍ପଦର ଥାଳି'
ତାହା ପାଇଁ ଧାନ କ୍ଷେତ'
ବରଷକ ପାଇଁ' ଆହାର ଯୋଗାଇ'
ସାଜିଥାଏ ପରା ମିତ'
ତା' ସହ ଭାବ' ଯେ'
ଚଷାର କେଉଁ କାଳରୁ'
ଦୁହେଁ ଦୁହିଁଙ୍କର' ସମ୍ପର୍କ ମଧୁର'
ଅଛି ହୋଇ ମହାମେରୁ' ।
ଆହାର ଯୋଗାଇ' ରଖେ ବି ଜୀଆଇ'
ଜଗତଜନଙ୍କୁ ସେହି'
ତା' କୋଳ ପଡ଼ିଆ' ହେଉନି ଉଠିଆ'
ଏବେ ସେ ଲୁହ ଝରାଇ'
କହେ ବୁଝାଇ' ଯେ'
ଧନେ ହୁଅ ସାବଧାନ
କର ପରିଶ୍ରମ' ପାଳ ନିଜ ଧର୍ମ'
ନାଗରିକ ସଚେତନ' ।
