STORYMIRROR

banaja nandini mishra

Inspirational

3  

banaja nandini mishra

Inspirational

ଜଳ

ଜଳ

1 min
165

ଜଳ ହିଁ ଜୀବନ ଜଳ ହିଁ ପରାଣ

ବଞ୍ଚିବାର ମୁଖ୍ୟ ଉପାଦାନ

ଆଗକୁ ସଙ୍କଟ ରୋକିବାକୁ ଆମେ

କରୁଅଛୁ ଦିବସ ପାଳନ 

ଜଳ ପ୍ରକୃତି ମାତାଙ୍କ ମହନୀୟ ଦାନ

କଲୁ ପରିବେଶ ପ୍ରଦୂଷଣ

ଅପବ୍ୟୟ କରୁଥିବା ଯେବେ ଆମେ

ନିଶ୍ଚେ ଭୋଗିବା ତା ପରିଣାମ


ସବୁ ଅଟେ ସମୟର ଖେଳ

କେହି କାହାକୁ ରଖି ପାରିବେନି 

ବାନ୍ଧିନେବ ଆସି ଦିନେ କାଳ

ସମ୍ପତି କ୍ଷମତା ସୌନ୍ଦର୍ଯ୍ୟ ନୁହେଁ

ସତକର୍ମ ଧର୍ମ ଏକା ଆମ ବଳ

ସଂସାରେ ରହିଛି ପ୍ରବାଦ ସବୁକାଳ

ଆଜି ନହେଲେ ବି ନିଶ୍ଚୟ କାଲି

ଭୋଗିବା ନିଜ ଅର୍ଜିତ କର୍ମଫଳ


ମହୋଦଧି କୂଳେ ମାୟାଧର

ଖେଳୁଛନ୍ତି ଲୁଚକାଳି ଖେଳ

ଧର୍ମ ଅଧର୍ମ ପରଖୁଛନ୍ତି ସେ

ଶ୍ରେଷ୍ଠ ବିଚାରପତି ସଂସାରର

ସବୁ ଭୁଲ କର୍ମ ପାଇଁ ଦଣ୍ଡ ଅଛି

ଚେତାଇ ଦିଅନ୍ତି ବାରମ୍ବାର

ତଥାପି ବୁଝେନି ମନ ମୋର 

ଆହେ ମହାପ୍ରଭୂ କ୍ଷମା କର

ଜଳ ସଙ୍କଟ ଭଳି ଦୁଃଖଦୁର୍ଦ୍ଦଶାରୁ

ରକ୍ଷାକର ରକ୍ଷାକର

ଆହେ ଚକ୍ରଧାରୀ ଚକ୍ରଧର 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational