STORYMIRROR

Chittaranjan Nanda

Inspirational

3  

Chittaranjan Nanda

Inspirational

ବିଶ୍ୱାସେ କିଛି ଦୂରେ ଆଲୁଅ ଦିଶିବ

ବିଶ୍ୱାସେ କିଛି ଦୂରେ ଆଲୁଅ ଦିଶିବ

1 min
174

ମଣିଷର ଅବୁଝା ମନ ବୁଝେ ନାହିଁ କେବେ 

କେତେ ସପନକୁ ଥାଏ ଆଶା

ଏ କଥା ତ ସତ ଆଶା ଯଦି ଭାଙ୍ଗିଯାଏ ସେ

ଭୋଗଇ କେତେ ନିରାଶା |୧|


ମନେ ନିଷ୍ଠା ଥିଲେ ଆଶା ମଉଳେନି ହେଉ

ନିଃସଙ୍ଗ ନିସ୍ତବ୍ଧ ମସୃଣର ପଥ

ପଡ଼ୁ ବାଧା ବିଘ୍ନ ଥକି ବି ପଡ଼େନି ମଣିଷ ଥାଉ

ତପ୍ତ ମରୁବାଲି ପୂର୍ଣ୍ଣ କଣ୍ଟକିତ |୨|


କିନ୍ତୁ ହେଜିବ ମନେ ମୃଗ ତୃଷ୍ଣା ପଛେ ନଗୋଡ଼ାଅ 

କେବେ ଲହୁରେ ମନ ହେବ ସରସର

ତେଣୁ ଗାଉଁଲି କଥାଟିଏ ଶୁଣିଛି ପରା ସର୍ବଦା ଦୂର 

ପାହାଡ଼ ଲାଗେ ସୁନ୍ଦର |୩|


ନ ହୋଇ ବିତୃଷ୍ଣା ଆଶାକୁ ଲଭିବା ପ୍ରୟାସ ସଦା

ଅବିରତ ଜାରି ରଖିଥିବ .!!

ଚାଲୁ ଥିବା ବାଟରେ କରିବନି କେବେ ରୋଷ ହାତେ 

ମାପି ପାଦେ ମାଟିରେ ଥାପିବ |୪|


ସାହସ ବିଶ୍ୱାସ ମନରେ ଥିଲେ କିଛି ଦୂର ପରେ 

ନିଶ୍ଚିତ ଆଲୁଅ ଦିଶିବ

କୂଟ କପଟରେ ବିତାଇଲେ ଦିନ ଲକ୍ଷ୍ୟ ସ୍ଥଳ ହଜି 

ଯିବ ଦୁଃଖ ବି ଭୋଗିବ |୫|



Rate this content
Log in

Similar oriya poem from Inspirational